ଛାତ୍ରୀ ନିବାସ ପରିସରରେ ୨୦୦ ଚାରା ରୋପଣ

ଭଟଲି,୧୫ା୭(ଡି.ଏନ.ଏ) ଭଟଲି ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟର ୟୁଜିସି ଛାତ୍ରୀ ନିବାସ ପରିସରରେ ରବିବାର ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଅଧ୍ୟାପକ ଶ୍ୟାମଲାଲ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଛାତ୍ରୀ ନିବାସରେ ହୋଇଥିଲା । ପ୍ରତ୍ୟେକ ବର୍ଷ ଅତି କମ୍‌ରେ ଜଣେ ମଣିଷ ୫ଟି ଗଛ ଲଗାଇବା ଏବଂ ସେଗୁଡିକର ଉପଯୁକ୍ତ ଯତ୍ନ ନେବା ଉଚିତ ବୋଲି ମତପ୍ରକାଶ ପାଇଥିଲା । ଭଟଲି ରେଞ୍ଜର ଫରେଷ୍ଟର ସୁଦାମ ଜଗଦଲା ଯୋଗଦେଇ ସମସ୍ତେ ବ୍ୟାପକ ଜଙ୍ଗଲ ସୃଷ୍ଟି ଦିଗରେ ମନ ବଳାଇବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ରବି ପଣ୍ଡା, ଲାଇବ୍ରେରିଆନ୍‌ ରସାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା ପରେ ଛାତ୍ରୀ, ଅଧ୍ୟାପକ ଏବଂ ଅତିଥିମାନେ ମିଶି ଛାତ୍ରୀ ନିବାସ ପରିସରରେ ବିଭିନ୍ନ ପ୍ରକାରର ୨୦୦ ଚାରା ରୋପଣ କରିଥିଲେ ।