ଛାତ୍ର ଓମ୍‌ପ୍ରକାଶଙ୍କ ବଦାନ୍ୟତା

ଜଟଣୀ,୨।୪(ଡି.ଏନ.ଏ): ବର୍ତ୍ତମାନ କରୋନା କଟକଣା ଯୋଗୁ ସମସ୍ତେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହୁଛନ୍ତି। ମାତ୍ର ଏହି ସମୟରେ ସମାଜସେବା ଲାଗି ସାଇକେଲ ଧରି ବାହାରିପଡୁଛନ୍ତି ବାଛରାପାଟଣା ଅଞ୍ଚଳର ୮ମ ଶ୍ରେଣୀ ଛାତ୍ର ଓମ୍‌ପ୍ରକାଶ ନାୟକ। ଘରଲୋକେ ମନାକଲେ ବି ଶୁଣୁନାହାନ୍ତି। ରାସ୍ତାରେ ତୃଷାର୍ତ୍ତ ବ୍ୟକ୍ତିଙ୍କୁ ପାଣି ଯୋଗାଇବାକୁ ସେ ନିଷ୍ପତ୍ତି ନେଇଛନ୍ତି। ନିଜ ପକେଟ୍‌ ଖର୍ଚ୍ଚରୁ ସଞ୍ଚୟ କରି ରଖିଥିବା ସ୍ବଳ୍ପ ଅର୍ଥରେ ପାଣିବୋତଲ କିଣି ଖରାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀମାନଙ୍କୁ ବାଣ୍ଟୁଛନ୍ତି। ନିରାଶ୍ରୟ ଲୋକଙ୍କୁ ଦେଖିଲେ ତାଙ୍କୁ ମଧ୍ୟ ପାଣିବୋତଲ ଦେଉଛନ୍ତି।

Share