ଛାତ୍ର ଜୀବନରୁ ସୌଖୀନ ପାଇଁ ବନ୍ଧୁକ ରଖିଆସୁଛି: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ଜାରି କରାଯିବା ପରେ ଚର୍ଚ୍ଚାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ସେ ରାଜ୍ୟର ଦ୍ୱିତୀୟ ଧନୀ ମନ୍ତ୍ରୀ ପାଲଟିଛନ୍ତି। ଏ ସବୁ ମଧ୍ୟରେ ତାଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ ରହିଛି। ଏ ନେଇ ପଚରାଯିବାରେ ମନ୍ତ୍ରୀ କହିଛନ୍ତି, ଛାତ୍ର ଜୀବନରୁ ବନ୍ଧୁକ ରଖିଆସୁଛି। ତେବେ ଏହା ସୁରକ୍ଷା ପାଇଁ ନୁହେଁ, ସୌଖୀନ ଲାଗି। ଆଇନର ବ୍ୟବସ୍ଥା ଭିତରେ ବନ୍ଧୁକ ରଖିଛି, ଏହା ଦୋଷାବହ ନୁହେଁ। ଅପରପକ୍ଷେ ସମ୍ପତ୍ତି ବଢ଼ିବା ଏକ ସ୍ବାଭାବିକ ପ୍ରକ୍ରିୟା। ରାଜନୀତି ସହ ବ୍ୟବସାୟ ମଧ୍ୟ କରୁଛି। ଯିଏ ବ୍ୟବସାୟ କରିବ ତାହା ସମ୍ପତ୍ତି ବଢ଼ାଇବ ନା କମାଇବା ବୋଲି ନବ ପ୍ରଶ୍ନ କରିଛନ୍ତି।

Share