Advertisement

ଛାତ୍ର ନିଖୋଜ, ଘରୁ ଟ୍ୟୁସନକୁ ବାହାରି ଫେରି ନାହାନ୍ତି

ଓଡଗାଁ, ୫।୯(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁରୁ ବୁଧବାର ସନ୍ଧ୍ୟାରେ ରାଜେନ୍ଦ୍ର କୁମାର ସାହୁ ନାମକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ନିଖୋଜ ଅଛନ୍ତି। ସେ ନିକଟସ୍ଥ ଗୋଡ଼ିପାଟଣା ଗ୍ରାମର ନିରଞ୍ଜନ ସାହୁଙ୍କ ପୁଅ ଏବଂ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ଛାତ୍ର ଅଟନ୍ତି। ରାଜେନ୍ଦ୍ର ସୁବିଧା ଦୃଷ୍ଟିରୁ ଥାନା ନିକଟସ୍ଥ ସରକାରୀ ଏମ୍‌ଇ ସ୍କୁଲ ନିକଟରେ ଥିବା ନିଜ ମଉସା ଘରେ ରହି ସ୍କୁଲ ଓ ଟ୍ୟୁସନକୁ ଯିବା ଆସିବା କରୁଥିଲେ। ସନ୍ଧ୍ୟାରେ ସେ ଗୋଟିଏ ଟ୍ୟୁସନରୁ ଆସିବା ପରେ ଅନ୍ୟ ଏକ ଟ୍ୟୁସନକୁ ଯିବାପାଇଁ ସାଇକେଲ ଓ ବହି ବସ୍ତାନି ଧରି ଘରୁ ବାହାରିଥିଲେ। ହେଲେ ଘରକୁ ଫେରି ନ ଥିଲେ। ଏଯାବତ୍‌ ମଧ୍ୟ ନିଖୋଜ ଛାତ୍ରଙ୍କ କୌଣସି ଖୋଜ ଖବର ମିଳିପାରିନାହିଁ। ପରିବାରଲୋକେ ଓ ପୋଲିସ ପକ୍ଷରୁ ଛାତ୍ରଙ୍କୁ ଖୋଜିବା ଲାଗି ପ୍ରୟାସ କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share