ଛାତ୍ର ର଼୍ୟାଗିଂ ଘଟଣା: ସିଡବ୍ଲୁସିଙ୍କୁ ଭେଟିଲେ ପରିବାରବର୍ଗ; ଅଧ୍ୟକ୍ଷଙ୍କୁ ଗିରଫ ନ କଲେ ରାସ୍ତାରୋକୋ ଚେତାବନୀ

ସମ୍ବଲପୁର,୧୮।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରଧିଆପାଲି ବୈଦିକ ଇଣ୍ଟରନ୍ୟାଶନାଲ ସ୍କୁଲରେ ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ମଙ୍ଗଳବାର ଶାସନ ଥାନାରେ ଅଭିଯୋଗ ହୋଇଥିଲ। ଥାନାରେ ଏକ ମାମଲା ରୁଜୁକରି ଅତିରିକ୍ତ ଏସ୍‌ପି ପି.କେ. ମହାପାତ୍ର ତଦନ୍ତ ଜାରି ରଖିଥିବା ବେଳେ ଏ ନେଇ ବୁଧବାର ପରିବାର ଲୋକେ ଏବଂ ଛାତ୍ର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ସିଡବ୍ଲୁସି ଭାରପ୍ରାପ୍ତ ଅଧ୍ୟକ୍ଷ ସୁଚିସ୍ମିତା ପଟ୍ଟନାୟକଙ୍କୁ ଭେଟି ଅଭିଯୋଗ କରିଛନ୍ତି । କଲେଜ ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ୱାର୍ଡେନ୍‌, ପ୍ରିନ୍ସିପାଲ ଓ ଛାତ୍ରମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୨୦ ଘଣ୍ଟା ଭିତରେ ସେମାନଙ୍କୁ ଗିରଫ କରା ନ ଗଲେ ରାସ୍ତାରୋକୋ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Share