ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରତିବାଦ: ରମାଦେବୀ ବିଶ୍ୱବିଦ୍ୟାଳୟ ଗେଟ୍‌ରେ ତାଲା, ଅରୁଣଙ୍କ ଫଟୋରେ କଳା ବୋଳିଲେ ଛାତ୍ରୀ

ଭୁବନେଶ୍ୱର,୨୬।୮(ବ୍ୟୁରୋ): ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବନ୍ଦ କରିବା ପ୍ରତିବାଦରେ ସୋମବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗେଟ୍‌ରେ ଛାତ୍ରୀମାନେ ତାଲା ପକାଇଛନ୍ତି। ଏଥିସହ କଲେଜ ଗେଟ୍‌ ସମ୍ମୁଖରେ ବିକ୍ଷୋଭ କରିବା ସହ ଛାତ୍ରୀମାନେ ଧାରଣାରେ ବସିଛନ୍ତି। ନିର୍ବାଚନ ବନ୍ଦ ପାଇଁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟୀକରି ଛାତ୍ରୀମାନେ ତାଙ୍କ ଫଟୋରେ କଳା ବୋଳିଛନ୍ତି। ନିର୍ବାଚନ ବନ୍ଦକରି ରାଜ୍ୟ ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି ସେମାନେ ଦାବି କରିଛନ୍ତି। ଏହାକୁ ବିରୋଧ କରି କଲେଜର କିଛି ଛାତ୍ରୀ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରୀଙ୍କୁ ବୁଝାଶୁଝା କରୁଛନ୍ତି।