Advertisement

ଛାତ୍ର ସଂସଦ ନିର୍ବାଚନ ବାତିଲ ଘଟଣା: ଏବିଭିପି ପକ୍ଷରୁ ଦେବଗଡ଼ କଲେଜ ସମ୍ମୁଖରେ ପ୍ରତିବାଦ

ଦେବଗଡ଼,୨୭।୮(ଡି.ଏନ୍‌.ଏ.): ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରତିବାଦରେ ମଙ୍ଗଳବାର ଦେବଗଡ଼ ମହାବିଦ୍ୟାଳୟରେ ଏବିଭିପି ପକ୍ଷରୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କୁ ନିନ୍ଦା କରାଯାଇଛି । ଛାତ୍ରମାନେ କଲେଜ ସମ୍ମୁଖରେ ବିଭିନ୍ନ ନାରାବାଜି ଦେବାସହ ପ୍ରତିବାଦ ଜଣାଇ ସାହୁଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଏଥିରେ ଏବିଭିପି ଜିଲା ସଂଯୋଜକ ଅରବିନ୍ଦ ପ୍ରଧାନ, କୀର୍ତ୍ତି ଚନ୍ଦ୍ର ଦେହୁରୀ, ରାଜା ସାହୁ, ପ୍ରକାଶ ବାଗ, ଆଶୁତୋଷ ବିଶ୍ୱାଳଙ୍କ ସମେତ ଅନ୍ୟ ବହୁ ଉପସ୍ଥିତ ଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel