Categories: ଜାତୀୟ

ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଲେ କଲେଜ ଅଧ୍ୟକ୍ଷ,ଏହାର ଜବାବରେ ଛାତ୍ର ଜଣଙ୍କ ଏମିତି କଲେ

ଆଜମେର,୨୪।୯:ରାଜସ୍ଥାନର ଆଜମେରସ୍ଥିତ ଦୟାନନ୍ଦ କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି। ନବନିର୍ବାଚିତ ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଛନ୍ତି କଲେଜ ଅଧ୍ୟକ୍ଷ। ଏହାର ଜବାବରେ ଛାତ୍ର ଜଣଙ୍କ ମଧ୍ୟ ଅଧ୍ୟକ୍ଷଙ୍କୁ ଚାପୁଡା ମାରିଥିଲେ। ପରେ ଉଭୟ ପକ୍ଷ ରାମଗଞ୍ଜ ଥାନାରେ ଏତଲା ଦାୟର କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଛାତ୍ରସଂଘ ଅଧ୍ୟକ୍ଷ ସୀତାରାମ ଚୌଧୁରୀ କଲେଜ କ୍ୟାମ୍ପସରେ ନିଜ ଜନ୍ମଦିନ ପାଳନ କରୁଥିବାବେଳେ ଅଧ୍ୟକ୍ଷ ସେଠାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ସୀତାରାମ କେକ୍‌ର କିଛି ଅଂଶ ଅଧ୍ୟକ୍ଷଙ୍କ ଉପରକୁ ଫୋପାଡି ଥିଲେ। ଏଥିରେ ସେ ରାଗିଯାଇ ତାଙ୍କୁ ଚାପୁଡା ମାରିଥିଲେ। ପରେ ଅଧିକ ଯୁକ୍ତିତର୍କ ହେବାରୁ ସୀତାରାମ ମଧ୍ୟ ଅଧ୍ୟକ୍ଷଙ୍କୁ ଚାପୁଡା ମାରିଥିଲେ। ସେଠାରେ ଉପସ୍ଥିତ କିଛି ପ୍ରଫେସର ଏବଂ ଛାତ୍ର ଉଭୟଙ୍କୁ ରୋକିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

Share