ଛିଙ୍କିବା-କାଶିବା ସମୟରେ ମୁହଁରେ ହାତ ନ ଦେଲେ ଜରିମାନା: ଜୁନ୍‌ ୧ରୁ ସରକାରୀ ନିୟମ ଲାଗୁ

ବେଜିଂ,୨୮।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଚାଇନା ସରକାର ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏଣିକି ସର୍ବସାଧାରଣ ସ୍ଥଳରେ ଛିଙ୍କିବା ଅବା କାଶିବା ସମୟରେ ମୁହଁରେ ହାତ ନ ଦେଲେ ଜରିମାନା ଦେବାକୁ ପଡ଼ିବ। ଏହି ନିୟମ ଜୁନ୍‌ ୧ଠାରୁ ପ୍ରଥମେ ବେଜିଂରେ ଲାଗୁ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସାମାଜିକ ଦୂରତା ବଜାୟ ରଖିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। କୌଣସି ସଂକ୍ରମଣ ହୋଇଥିବା ସନ୍ଦେହ ହେଲେ ହସ୍ପିଟାଲ ସହିତ ଯୋଗାଯୋଗ କରିବାକୁ ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ରେଷ୍ଟୁରାଣ୍ଟ୍‌ରେ ଖାଇବା ସମୟରେ ଧୁଆ ହୋଇଥିବା ପ୍ଲେଟ୍‌ର ବ୍ୟବହାର କରିବା ସହିତ ଚପ୍‌ ଷ୍ଟିକ୍‌ ଏବଂ ଚାମଚର ବ୍ୟବହାର ନ କରିବାକୁ ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Share