Advertisement

ଛିଡ଼ା ହୋଇଥିବା ବୋଲେରୋକୁ ପଛରୁ ପିଟିଲା ବାଇକ୍‌ : ଡ୍ରାଇଭର ଗୁରୁତର

ବିଜେପୁର,୧।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ସଦରମହକୁମା ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ପାର୍ଶ୍ୱରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ ବୋଲେରୋକୁ ପଛରୁ ଧକ୍କାଦେଇ ବାଇକ୍‌ ଚାଳକ ଗୁରୁତର ହୋଇଛନ୍ତି। ଚାଳକ ହେଲେ ଉକ୍ତ ସହରର ସୁଧାଂଶୁ ପଣ୍ଡା (୪୩)। ସୁଧାଂଶୁ ବାଇକ୍‌ରେ ପେଟ୍ରୋଲ ପମ୍ପରୁ ଘରକୁ ଫେରୁଥିବା ସମୟରେ ଟାଓ୍ବାର ପାର୍ଶ୍ୱରେ ଛିଡା ହୋଇଥିବା ଏକ ବୋଲେରୋକୁ ପଛପଟୁ ଧକ୍କା ଦେଇଥିଲେ। ଗୁରୁତର ଅବସ୍ଥାରେ ବୋଲେରୋ ଚାଳକ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ସ୍ଥାନୀୟ ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରି ତଦନ୍ତ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share