ଛୁଇଁଲେ, ଅନୁଭବ କଲେ…

ଭୁବନେଶ୍ୱର,୨୩୭(ବ୍ୟୁରୋ) : କୋଣାର୍କ ସୂର୍ଯ୍ୟ ମନ୍ଦିରର ପଥରର ଭାଷାକୁ ବୁଝିବାକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବାବେଳେ ପ୍ରଥମଥର ପାଇଁ କୋଣାର୍କର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି କୁନି କୁନି ଦୃଷ୍ଟିବାଧିତ ପିଲା। ନିଜ ଆଖିରେ ଏହି ବିଶ୍ୱ ଐତିହ୍ୟର କାରୁକାର୍ଯ୍ୟକୁ ନ ଦେଖିପାରିଲେ ମଧ୍ୟ ହାତମାରି ଏହାକୁ ଅନୁଭବ କରିଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ସ୍ବତନ୍ତ୍ର ଅନୁମତିକ୍ରମେ ନିମାପଡ଼ାସ୍ଥିତ ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ସଂସ୍ଥାର ୩୫ ଜଣ ଦୃଷ୍ଟିବାଧିତ ଛାତ୍ରୀଛାତ୍ର ରବିବାର ପ୍ରଥମଥର ଲାଗି କୋଣାର୍କକୁ ପଢାବହି ବାହାରେ ଜାଣିବାର ସୁଯୋଗ ପାଇଥିଲେ। ଏହି ପିଲାମାନଙ୍କ ପାଇଁ କୋଣାର୍କ ଓ ଏହାର ଅପରୂପ କାରୁକାର୍ଯ୍ୟ କେବଳ ପାଠ୍ୟପୁସ୍ତକରେ ସୀମିତ ଥିଲା। ଜାଣିବାକୁ ଇଛା ଓ ପ୍ରବଳ ଆଗ୍ରହ ଥିଲେ ମଧ୍ୟ ଦେଖିବାରେ ଅସମର୍ଥ ଯୋଗୁ ସେମାନେ ଏଥିରୁ ବଞ୍ଚତ୍ତ ଥିଲେ। ଏଭଳିସ୍ଥଳେ ଏହି ପିଲାମାନଙ୍କ ଇଚ୍ଛାକୁ ହୃଦୟଙ୍ଗମ କରି ଆନ୍ଥ୍ରୋପୋଲୋଜିଷ୍ଟ ନିତୁରଞ୍ଜନ ଦାଶ ଏଏସ୍‌ଆଇ ଏବଂ ବୈଷୟିକ ସହାୟତା ପାଇଁ ଇଣ୍ଡିଆ ହେରିଟେଜ ୱାକ୍‌ ସଂସ୍ଥା ସହ ଆଲୋଚନା କରିଥିଲେ। ଏଏସ୍‌ଆଇ ପକ୍ଷରୁ କଳାକୃତିଗୁଡ଼ିକୁ ସ୍ପର୍ଶ କରିବାକୁ ସ୍ବତନ୍ତ୍ର ଅନୁମତି ମିଳିବା ପରେ ଉଭୟ ସଂସ୍ଥା ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଦୃଷ୍ଟିବାଧିତଙ୍କ ପାଇଁ ଐତିହ୍ୟସ୍ଥଳୀ କିପରି ସୁଗମ ଓ ଶିକ୍ଷଣୀୟ ହୋଇପାରିବ ସେଥିପାଇଁ ନିତୁରଞ୍ଜନ ନିଜସ୍ବ ଉଦ୍ୟମରେ ବ୍ରେଲି ଲିପିରେ ମନ୍ଦିର ସମ୍ବନ୍ଧୀୟ ପାଠ୍ୟ ସୂଚନା ଓ କାରୁକାର୍ଯ୍ୟର ରେଖାଚିତ୍ର ପ୍ରସ୍ତୁତ କରିଥିଲେ। ରବିବାର ଏଏସ୍‌ଆଇର ସ୍ବତନ୍ତ୍ର ଗାଇଡ୍‌ଙ୍କ ନେତୃତ୍ୱରେ ପିଲାମାନେ କୋଣାର୍କ ବୁଲିବା ସହ ମନ୍ଦିରର କାରୁକାର୍ଯ୍ୟ ସ୍ପର୍ଶ କରି କଳା, ଭାସ୍କର୍ଯ୍ୟକୁ ଅନୁଭବ କରିଥିଲେ। ଏହି ଅବସରରେ ଗାଇଡ୍‌ମାନେ ପିଲାମାନଙ୍କୁ ବିସ୍ତୃତଭାବେ ସମସ୍ତ ବିଷୟରେ ବୁଝାଇଥିଲେ। ଛାତ୍ରୀଛାତ୍ରମାନେ କୋଣାର୍କ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟ ମଧ୍ୟ ବୁଲି ଦେଖିଥିଲେ। ମନ୍ଦିରର ଇତିହାସ ଓ ସୂକ୍ଷ୍ମ କାରୁକାର୍ଯ୍ୟକୁ ସ୍ପର୍ଶ କରିବା ସହ ବ୍ରେଲି ଲିପି ମାଧ୍ୟମରେ ଜ୍ଞାନ ଆହରଣ କରିଥିଲେ। ଏଭଳି ଭ୍ରମଣ କାର୍ଯ୍ୟକ୍ରମ ଦିବ୍ୟାଙ୍ଗମାନଙ୍କୁ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଅବଗତ କରାଇପାରିବ ବୋଲି ନିତୁରଞ୍ଜନ କହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମରେ କିଭଳି ଅଧିକରୁ ଅଧିକ ପିଲା ଯୋଡ଼ି ହୋଇପାରିବେ ସେଥିଲାଗି ପଦକ୍ଷେପ ନିଆଯିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟର ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପ କୁମାର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶପଥ ନେବେ ନୂଆ ରାଜ୍ୟପାଳ

ଭୁବନେଶ୍ୱର,୩ା୧(ସୁନିତ୍‌ ମିଶ୍ର):ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ଗୁରୁବାର ଓଡ଼ିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ...

ଆସିଲ ଡରାଇଲା ଭଳି ରିପୋର୍ଟ:ଓଡ଼ିଶାର ୧୫ ଜିଲା ଭୂତଳଜଳରେ ବିପଜ୍ଜନକ ନାଇଟ୍ରେଟ୍‌

ନୂଆଦିଲ୍ଲୀ,୩ା୧:ଦେଶବ୍ୟାପୀ ୪୪୦ ଜିଲାର ଭୂତଳଜଳରେ ନାଇଟ୍ରେଟ୍‌ ମାତ୍ରା ଅଧିକ ରହିଛି। ତନ୍ମଧ୍ୟରେ ଓଡ଼ିଶାର ୧୫ ଜିଲା ରହିଛି। ଏହି ଜିଲାଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗୀର, ବରଗଡ଼,...

ବଢିବ ଶୀତ: ୩ ଜିଲାରେ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୩ା୧(ଅନୁରାଧା ମହାରଣା):ବର୍ଷ ଆରମ୍ଭରୁ ରାଜ୍ୟରେ ଶୀତର ପ୍ରଭାବ ବଢ଼ିଛି। ଗୁରୁବାର ରାଜ୍ୟର ଏକାଧିକ ସ୍ଥାନରେ ୧୦ ଡିଗ୍ରୀ ସେଲସିୟସ୍‌ କିମ୍ବା ଏହାଠାରୁ କମ୍‌ ତାପମାତ୍ରା ରେକର୍ଡ...

ମଦ ନିଶାରେ ଅଜା ଘରେ ନିଆଁ ଲଗାଇଦେଲେ ନାତି

ନୀଳଗିରି,୨ା୧(ପ୍ରଶାନ୍ତ କୁମାର ବିଶ୍ବାଳ): ଅଜା ଘରେ ନିଆଁ ଲଗାଇଦେଲେ ନାତି। ଜଳିଗଲା ୩ ବଖରା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ଏନଏସି ଅଧୀନ...

ଘନ କୁହୁଡ଼ି ନେଇ ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୩ା୧: ନୂଆ ବର୍ଷ ଆରମ୍ଭରୁ ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଗୁରୁବାର ରାଜ୍ୟର ଏକାଧିକ ସ୍ଥାନରେ ୧୦ ଡିଗ୍ରୀ ସେଲସିୟସ୍‌ କିମ୍ବା ଏହାଠାରୁ କମ୍‌...

ପିକ୍‌ନିକ୍‌ କରିବାକୁ ଯାଇଥିଲେ: ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ବୋରିଗୁମ୍ମା,୨ା୧(ବିଜୟ ସାହୁ)- ବୋରିଗୁମ୍ମା ବ୍ଲକ୍‌ ଅନ୍ତର୍ଗତ ବିସିଂପୁର ଥାନା ଅଧୀନ ନକୁଳଗୁଡ଼ା ଗ୍ରାମରେ ନୂତନ ବର୍ଷରେ ପିକ୍‌ନିକ୍‌ ପାଇଁ ଯାଇଥିବା ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗମାନେ...

ଜନ୍ମ ପ୍ରମାଣ ପତ୍ର କରିବାକୁ ଲାଞ୍ଚ ନେଉଥିଲେ ସୁପର ଭାଇଜର, ଧରିଲା ଭିଜିଲାନ୍ସ

ଥୁଆମୂଳ ରାମପୁର,୨ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମହୁଲପାଟଣା ସ୍ବାସ୍ଥ୍ୟ ଉପକେନ୍ଦ୍ର ହେଲ୍ଥ ୱାର୍କର ଓ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ...

ଆମ କାର୍ଯ୍ୟଶୈଳୀ ବିରୋଧୀଙ୍କୁ ତୃଣମୂଳ ସ୍ତରକୁ ଯିବାକୁ ବାଧ୍ୟ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧: ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ”ଦିନେ ଯେଉଁମାନେ ସାଧାରଣ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri