Categories: ଗଞ୍ଜାମ

ଛୁଟିରେ ଅଧିକାରୀ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୮ା୩(ଡି.ଏନ୍‌.ଏ.)- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସରକାରୀ ଛୁଟି। ଗଞ୍ଜାମ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀମାନେ ଏହି ଛୁଟି ଦିନରେ ହେଡକ୍ୱାର୍ଟର ନ ଛାଡିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜିଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ଏଥିରେ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇ ଦେଇଛନ୍ତି। ବର୍ତ୍ତମାନ ଭାରତର ବିଭିନ୍ନ ସ୍ଥାନରେ କରୋନା ଭାଇରସ୍‌ ବ୍ୟାପୁଥିବା, ରୌଦ୍ରତାପ ଏବଂ ମାର୍ଚ୍ଚ ମାସର ଟାର୍ଗେଟ ନେଇ ଉଭୟ କାର୍ଯ୍ୟ ଓ ଅନୁଦାନ ଖର୍ଚ୍ଚ ପରିପ୍ରେକ୍ଷୀରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।