ଛୁଟିରେ ଚାଲିଛି ଡ୍ରେନ୍‌ ନିର୍ମାଣ

ଆନନ୍ଦପୁର, ୭।୧୦ (ସ୍ବ.ପ୍ର.)- ପାର୍ବଣ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଛୁଟିରେ ରହିଥିବା ବେଳେ ଏହି ସମୟରେ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ର ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଅବାଧରେ ଚାଲିଥିବା ଅଭିଯୋଗ ହେଉଛି। ଯନ୍ତ୍ରୀଙ୍କ ତଦାରଖ ବିନା ଚାଲିଥିବା ନିର୍ମାଣ କାର୍ଯ୍ୟର ସ୍ବଚ୍ଛତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତଦାରଖ ଅଭାବରୁ ଲୁହା ଛଡକୁ ଟେକା ନ ଯାଇ କେବଳ ବାଲି ଉପରେ ରଡ୍‌ ଥୋଇ ଦିଆଯାଇ ନିମ୍ନମାନର କଂକ୍ରିଟରେ କାର୍ଯ୍ୟ ହେଉଥିବା କୁହାଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗୋଟିଏ ପଟେ ଭିଆଇପି ରୋଡ୍‌ର ନିର୍ମାଣାଧୀନ ଡ୍ରେନ୍‌ରେ ପାନୀୟ ଜଳ ପାଇପ୍‌ ରହିଥିବା ବେଳେ ଏହାକୁ ଦୃଷ୍ଟି ଆଢୁଆଳରେ ରଖିବା ପାଇଁ ତରବରିଆ ଭାବେ ଏଭଳି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଉଦ୍ୟମ ହେଉଥିବା କୁହାଯାଉଛି।

Share