ଛୁଟି କଟାଇବା ପାଇଁ ଲଣ୍ଡନରେ ପହଞ୍ଚିଲେ ଆଲିଆ-ରଣବୀର

ବଲିଉଡରେ ଆଜିକାଲି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସର୍ମ୍ପକଙ୍କୁ ନେଇ ବେଶ ଚର୍ଚ୍ଚା। ଦୁହିଁଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ମଧ୍ୟ ନାହିଁ। ଏବେ ଅଧିକାଂଶ ସମୟରେ ଦୁହିଁଙ୍କୁ ଏକତ୍ର ଦେଖିବାକୁ ମିଳୁଛି। ନିକଟରେ ଉଭୟ ଦୀପାବଳି ଛୁଟି କଟାଇବା ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି। ଏହି ଟ୍ରିପର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ରଣବୀର ଏବଂ ଆଲିଆଙ୍କୁ କୁଲ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି। ଉଭୟ ଆଗାମୀ ବର୍ଷ ବିବାହ କରିବାର ଯୋଜନା କରୁଛନ୍ତି। ରଣବୀର-ଆଲିଆ ଖୁବ ଶୀଘ୍ର ଆୟାନ ମୁଖର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Share