Categories: ଖେଳ

ଛୁରି ଦେଖାଇ ପ୍ରିମିୟର ଲିଗ୍‌ ଖେଳାଳିଙ୍କ ଘର ଲୁଟିଲେ ଦୁର୍ବୃତ୍ତ

ଲାହୋର,୧୬।୩- ଟୋଟେନହାମ ହଟସ୍‌ପର ଡିଫେଣ୍ଡର ଜାନ ଭର୍ଟଘେନଙ୍କ ପରିବାରକୁ କିଛି ଦୁର୍ବୃତ୍ତ ଛୁରି ଦେଖାଇ ଲୁଟିଛନ୍ତି। ୪ ଜଣ ଦୁର୍ବୃତ୍ତ ମାସ୍କ ପିନ୍ଧି ଭର୍ଟଘେନଙ୍କ ଘରେ ପଶି ଚୋରି କରିଛନ୍ତି। ସେତେବେଳେ ବେଲଜିୟମ ଖେଳାଳିଙ୍କ ଘରେ ସ୍ତ୍ରୀ ସୋଫିଆ ସହ ଦୁଇ ଛୁଆ ଥିଲେ ବୋଲି ବ୍ରିଟେନ ପୋଲିସ ପକ୍ଷରୁ କୁହାଯାଇଛି। ୩୨ ବର୍ଷୀୟ ଖେଳାଳି ଚାମ୍ପିୟନ୍ସ ଲିଗ୍‌ର ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚ୍‌ ପାଇଁ ଜର୍ମାନୀରେ ଥିଲେ। ଏଭଳି ସମୟରେ ଆମେ ଜାନ ଓ ତାଙ୍କ ପରିବାର ସହ ଛିଡ଼ା ହୋଇଛୁ। ଯଦି କାହା ପାଖରେ କିଛି ତଥ୍ୟ ଅଛି, ତେବେ ପୋଲିସକୁ ତଦନ୍ତରେ ସହାୟତା କରନ୍ତୁ ବୋଲି କ୍ଲବର ପ୍ରବକ୍ତା କହିଛନ୍ତି। ଗତ ୧୦ ତାରିଖରେ ଏହି ଘଟଣା ଘଟିଥିଲା। ୪ ଜଣ ମାସ୍କ ପିନ୍ଧା ଦୁର୍ବୃତ୍ତ ଘରୁ ବିଭିନ୍ନ ବସ୍ତୁ ଚୋରି କରି ନେଇଛନ୍ତି। ଏଥିରେ କେହି ଆହତ ହୋଇନାହାନ୍ତି। ପୋଲିସ ଆସିବା ପୂର୍ବରୁ ଦୁର୍ବୃତ୍ତମାନେ ଚାଲି ଯାଇଥିଲେ। ଏ ଘଟଣାରେ ଜଡ଼ିତ କାହାକୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ତଦନ୍ତ ଚାଲିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share