ଛେଣ୍ଡିପଦା ଥାନାରେ ନୂତନ ଅଧିକାରୀଙ୍କ ଯୋଗଦାନ

ଛେଣ୍ଡିପଦା,୨୭।୬(ଡି.ଏନ୍‌.ଏ.)- ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ଥାନାର ନୂତନ ଅଧିକାରୀ ଭାବେ ଇନସ୍ପେକ୍ଟର ସତ୍ୟବ୍ରତ ରାଉତ ଗୁରୁବାର ଯୋଗଦାନ କରିବା ସହ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଜିଲା ପୋଲିସ ବିଭାଗରେ ଜଣେ ଦକ୍ଷ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ତେବେ ଛେଣ୍ଡିପଦା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ସାଙ୍ଗକୁ ଜନସାଧାରଣ ଏବଂ ପୋଲିସ ବିଭାଗ ମଧ୍ୟରେ ସୁସମନ୍ବୟ ରକ୍ଷା କରି ଉପଯୁକ୍ତ ଆଇନ ସେବା ଯୋଗାଇଦେବେ ବୋଲି ସେ ଧରିତ୍ରୀକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ସେ ଏହା ପୂର୍ବରୁ ଫୁଲବାଣୀ ଜିଲାରେ କାର୍ଯ୍ୟରତ ଥିଲେ। ସେଠାରୁ ବଦଳି ହୋଇ ଆସିବା ପରେ ଏହି ଥାନାର ଆଇଆଇସି ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଏଠାରେ କାର୍ଯ୍ୟରତ ଥିବା ଇନସ୍ପେକ୍ଟର ପ୍ରିୟବ୍ରତ ଦାସଙ୍କ ଆଠମଲ୍ଲିକ ଥାନାକୁ ବଦଳି ହୋଇଛି। ଏହି ଅବସରରେ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ତଥା ବୁଦ୍ଧିଜୀବୀ ସୌଜନ୍ୟ ମୂଳକ ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ’ସେବକଙ୍କୁ ଆକ୍ରମଣ କଲେ ଗୋଚାଲାଣକାରୀ

ଅନୁଗୋଳ,୨୨ା୩(ମାନସ ବିଶ୍ୱାସ): ଅନୁଗୋଳ ଜିଲାର ଛେଣ୍ଡିପଦା ଥାନା ଗୋଳାଗଡିଆ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଗୋଚାଲାଣକାରୀଙ୍କ ଦ୍ବାରା ୧୭୦୦ରୁ ଊର୍ଦ୍ଧ୍ୱ ଗୋରୁ ବେଆଇନ ଚାଲାଣ କରାଯାଉଥିଲା। ଏହାର...

ମଦ ବ୍ୟବସାୟୀଙ୍କ ଘରେ ଜାରି ରହିଛି ଚଢ଼ାଉ: ମିଳୁଛି ପୁଳାପୁଳା ଟଙ୍କା

ଅନୁଗୋଳ,୨୧ା୩: ଅନୁଗୋଳର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଆୟକର ବିଭାଗର ବଡ଼ ଧରଣର ରେଡ୍‌ ଜାରି ରହିଛି। ଶୁକ୍ରବାର ଦ୍ବିତୀୟ ଦିନରେ ଚଢ଼ାଉ ବେଳେ...

ମଦ ବ୍ୟବସାୟୀଙ୍କ ଘରେ IT ରେଡ୍‌

ଅନୁଗୋଳ,୨୦ା୩(ମାନସ ବିଶ୍ୱାଳ): ଅନୁଗୋଳ ଜିଲା କରଡ଼ାଗାଡ଼ିଆଠାରେ ଥିବା ଦେଶୀଭାଟିର ମୁଖ୍ୟ ଗୋଦାମ ଉପରେ ଆୟକର ବିଭାଗର ୯ ଜଣିଆ ଟିମ୍‌ ଚଢ଼ାଉ କରିଛନ୍ତି। ମଦ ବ୍ୟବସାୟୀ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ରଙ୍କ ବିୟୋଗରେ ଜିଲା ଭାଜପାର ଶୋକ

ଅନୁଗୋଳ,୧୭।୩(ମାନସ ବିଶ୍ୱାଳ): ନୂଆଦିଲ୍ଲୀଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ଏକାଧାରରେ ଜଣେ ଚିକିତ୍ସକ, କୃଷିବିତ...

ରକ୍ତରେ ଖେଳିଲେ ହୋଲି: ଗୋଟିଏ ଦିନରେ ଗଡ଼ିଲା ୬ ମୁଣ୍ଡ

ଭୁବନେଶ୍ୱର,୧୬।୩: ପବିତ୍ର ରଙ୍ଗର ପର୍ବ ହୋଲିରେ ରକ୍ତର ହୋଲି ଖେଳିଲେ ହତ୍ୟାକାରୀ । ରଙ୍ଗ ବଦଳରେ ବୋହିଲା ରକ୍ତ । ରାଜ୍ୟର ୫ ପ୍ରମୁଖ ସହରରେ...

ପାଣିଟାଙ୍କିରେ ଗାମୁଛା ଲଗାଇ ଝୁଲି ପଡ଼ିଲେ ଯୁବକ

ସନ୍ତ୍ରୀ ଛକ,୧୫ା୩(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମରେ ବେକରେ ରଶି ଲଗାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଗ୍ରାମବାସୀଙ୍କ...

୫ବର୍ଷ ଶିଶୁ କନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା: ଜଣେ ଅଟକ

ଛେଣ୍ଡିପଦା,୧୫।୩(ଅଜିତ ଧଳ): ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ୫ବର୍ଷ ଶିଶୁ କନ୍ୟାଙ୍କ ମୃତଦେହ ପୋଲିସ...

ତେଜରାତି ଦୋକାନରେ ବିଦେଶୀ ମଦ ରଖି ବିକୁଥିଲେ, ଧରିଲା ପୋଲିସ

ବନ୍ତଳା,୧୫।୩ : ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତ ଢିପ ସାହିରେ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି। ମିଳିଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image