ନୂଆଦିଲ୍ଲୀ,୬ା୪: ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ କରିବା ବା ଛେପ ପକାଇବା ଦ୍ୱାରା କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବ ବୋଲି କେନ୍ଦ୍ର ସରକାର ରବିବାର ଚେତାବନୀ ଜାରି କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି, ଦେଶରେ କୋଭିଡ୍-୧୯ ମହାମାରୀକୁ ନେଇ ବିପଦ ବଢ଼ିଚାଲିଥିବାବେଳେ ଲୋକଙ୍କୁ ସିଗାରେଟ ନ ଟାଣିବା, ତମାଖୁ ସେବନ ନ କରିବା ଓ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ପାଇଁ ଅନୁରୋଧ କରାଯାଇଛି। ଏନେଇ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ଏକ ଆଡ୍ଭାଇଜରି ଜାରି କରାଯାଇଛି। ଉତ୍ତରପ୍ରଦେଶ ସରକାର କରୋନା ମୁକାବିଲା ପାଇଁ ତମାଖୁ ବିକ୍ରି ଉପରେ କଟକଣା ଜାରି କରିବା ପରେ କେନ୍ଦ୍ର ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।