ଛେଳି ଚୋର ସନ୍ଦେହ: ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ଆସିକା,୨୯ା୭(ଡି.ଏନ୍‌.ଏ): ଗାଙ୍ଗପୁର ଥାନା ପଳାସପଲ୍ଲୀ ଗ୍ରାମରେ ରବିବାର ପୂର୍ବାହ୍ନରେ ସାଇକଲରେ ବୁଲି ମାଂସ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଛେଳି ଚୋର ସନ୍ଦେହରେ ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି। ଗତ ଶନିବାର ରାତିରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ଗୁହାଳରୁ ଗୋଟିଏ ଛେଳି ଓ ବୋଦା ଚୋରି ହୋଇଥିଲା। ଏହାର ମାଂସ କାଟି ସମ୍ପୃକ୍ତ ବ୍ୟକ୍ତି ବିକ୍ରି କରୁଥିବା ଗ୍ରାମବାସୀ ସନ୍ଦେହ କରି ତାଙ୍କୁ ଧରିଥିଲେ। ଏଥିସହ ସେହି ଗ୍ରାମର ବିଭିନ୍ନ ସ୍ଥାନରୁ ଦୁଇଟି ଚନ୍ଦନ ଗଛ ଓ ଗୋଟିଏ ଘରର ଦୁଇଟି ଶାଗୁଆନ କବାଟ ମଧ୍ୟ ଚୋରି ହୋଇଥିବା ଗ୍ରାମାବାସୀ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଗାଙ୍ଗପୁର ପୋଲିସକୁ ପଚାରିବାରୁ ପଳାସପଲ୍ଲୀ ଗ୍ରାମବାସୀ ଜଣେ ବ୍ୟକ୍ତିଙ୍କୁ ଆଣି ଥାନାରେ ଦେଇଛନ୍ତି। ଘଟଣାର ତଦନ୍ତ କରାଯାଉଥିବା ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି।