Categories: ମେଟ୍ରୋ

ଛୋଟାଙ୍କୁ ୩ ଦିନ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌

ଖୋର୍ଦ୍ଧା ଅଫିସ,୧୮।୭: ଖୋର୍ଦ୍ଧା ଜିଲାର ନିଶା ସୌଦାଗର ସୁଧାଂଶୁ ପରିଡ଼ା ଓରଫ ଛୋଟାଙ୍କୁ ଗୁରୁବାର, ଶୁକ୍ରବାର ଓ ଶନିବାର ୩ ଦିନ ପାଇଁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ରିମାଣ୍ଡରେ ନେବ। ଏନେଇ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ ଶ୍ରଦ୍ଧାଞ୍ଜଳି ରାୟଙ୍କ କୋର୍ଟରେ ଏସ୍‌ଟିଏଫ୍‌ ୭ ଦିନ ପାଇଁ ରିମାଣ୍ଡରେ ନେବା ଉଦ୍ଦେଶ୍ୟରେ ଆବେଦନ କରିଥିଲେ। ରିମାଣ୍ଡରେ ନେବା ପାଇଁ ବୁଧବାର ଏସ୍‌ଡିଜେଏମ୍‌ଙ୍କ ଅନୁମତି ମିଳିଛି। ପ୍ରକାଶଥାଉ କି,ଆମତ୍ସମର୍ପଣ କରି ଜେଲରେ ଅଛନ୍ତି ଛୋଟା। ଜଟଣୀ ଥାନା ଅଞ୍ଚଳରୁ ୩ ଜଣ ସହଯୋଗୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରି ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର, ଗୋଟିଏ ବନ୍ଧୁକ, ଦୁଇଟି ଗୁଳି ଓ ଗାଡ଼ି ଜବତ କରି କୋର୍ଟ ଚାଲାଣ କରିବା ପରେ ଛୋଟାଙ୍କୁ ଶକ୍ତ ଧକ୍କା ଲାଗିଥିଲା । ସହଯୋଗୀଙ୍କ ଠାରୁ ଏସ୍‌ଟିଏଫ୍‌ ଛୋଟାଙ୍କ ନିଶା ସାମ୍ରାଜ୍ୟ ସମ୍ପର୍କରେ ସୁରାକ ସଂଗ୍ରହ କରଥିଲା। ସେହିପରି ଛୋଟାଙ୍କ ଡ୍ରାଇଭର ଠାରୁ ଏସ୍‌ଟିଏଫ୍‌ ଅନୁରୂପ ତଥ୍ୟ ମଧ୍ୟ ଯୋଗାଡ଼ କରିଥିଲା।

Share