ନୂଆଦିଲ୍ଲୀ,୩୧ା୧୨(ଆଇଏଏନ୍ଏସ୍): ଅଣ୍ଡରଓ୍ବାଲର୍ଡ ଡନ୍ ତଥା ଡି-କମ୍ପାନୀ ସଦସ୍ୟ ଛୋଟା ସକିଲ ତାଙ୍କର ବିରୋଧୀ ଛୋଟା ରାଜନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ଜଣାପଡିବା ପରେ ତିହାର ଜେଲ୍ରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସକିଲ ତାଙ୍କ ବସ୍ ଦାଉଦ୍ ଇବ୍ରାହିମ୍ ସହ ମିଶି କରାଚିରୁ ହତ୍ୟା ଷଡ଼ଯନ୍ତ୍ର ରଚିଛନ୍ତି ଏବଂ ଏହି ଦାୟିତ୍ୱ ଭାରତରେ ଥିତ୍ବା ଡି କମ୍ପାନୀ ସଦସ୍ୟଙ୍କୁ ଦେଇଛନ୍ତି। ତେଣୁ ତିହାର ଜେଲ୍ରେ ରହିଥିବା ଛୋଟା ରାଜନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବାର ବ୍ୟବସ୍ଥା ହୋଇଛି ବୋଲି ଜେଲ୍ ଡିଜି ସନ୍ଦିପ୍ ଗୋୟଲ କହିଛନ୍ତି। ରାଜନଙ୍କୁ କାହା ସହ ଭେଟିବାକୁ ବାରଣ କରାଯାଇଛି।