ଛୋଟ ପରଦାକୁ ଫେରିଲେ କରଣ, ଏକ୍‌ତାଙ୍କ ସାମ୍ନାରେ ରଖିଥିଲେ ସର୍ତ୍ତ

୬ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି ଅଭିନେତା କରଣ ସିଂହ ଗ୍ରୋଭର। ଏକ୍‌ତା କପୁରଙ୍କ ଟିଭି ଶୋ ‘କସୌଟି ଜିନ୍ଦେଗିକି-୨’ରେ ତାଙ୍କୁ ଦେଖିବାକୁ ମିଳିବ। ଇତି ମଧ୍ୟରେ ତାଙ୍କ ଚରିତ୍ର ମିଷ୍ଟର ବଜାରର ପ୍ରଥମ ଲୁକ୍‌ ମଧ୍ୟ ସମ୍ମୁଖକୁ ଆସିସାରିଛି। ଏହି ଚରିତ୍ର ପାଇଁ କରଣ ମାସକୁ ୭୫ ଲକ୍ଷ ଟଙ୍କା ଡିମାଣ୍ଡ କରିଛନ୍ତି।
ବଜାଜ ଚରିତ୍ର ପାଇଁ ପ୍ରଥମରୁ ଏକ୍‌ତାଙ୍କ ପସନ୍ଦ ସାଜିଥିଲେ କରଣ। କରଣ ମଧ୍ୟ ଏହି ଚରିତ୍ର ପାଇଁ ଏକ୍‌ତାଙ୍କ ସମ୍ମୁଖରେ ୩ଟି ସର୍ତ୍ତ ରଖିଥିଲେ। ମୋଟା ଅଙ୍କର ଅର୍ଥରାଶି ସହିତ କରଣ ଦିନକୁ ୧୨ ଘଣ୍ଟା ଏବଂ ମାସରେ କେବଳ ୨୫ ଦିନ କାମ କରିବେ ବୋଲି କହିଥିଲେ। ଏହି ସମସ୍ତ ସର୍ତ୍ତରେ ଏକ୍‌ତା ରାଜି ମଧ୍ୟ ହୋଇଯାଇଥିଲେ।
ଶୋ’ର ପୂର୍ବ ସିଜନ୍‌ରେ ମିଷ୍ଟର ବଜାଜ ଚରିତ୍ରରେ ରୋନିତ୍‌ ରୟ ଅଭିନୟ କରିଥିଲେ। ଏହାକୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରିଥିଲେ।

Share