ସୁରଟ,୭।୩ : ସମ୍ପ୍ରତି ଛୋଟପିଲାଙ୍କ ମଧ୍ୟରେ ମୋବାଇଲ୍ ଅଭ୍ୟାସ ବଢ଼ିବାରେ ଲାଗିଛି। ଭବିଷ୍ୟତରେ ଏହାର ଖରାପ ପ୍ରଭାବ ସେମାନଙ୍କ ପଡ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁଜରାଟର ଜଣେ ୧୧ ବର୍ଷ ବୟସ୍କା ବାଳିକା ଭାବିକା ମାହେଶ୍ୱରୀ ଏକ ଷ୍ଟାର୍ଟ-ଅପ୍ ଆରମ୍ଭ କରିଛନ୍ତି। ଏନେଇ ସେ ୨୪ ପୃଷ୍ଠାର ଏକ ଡ୍ରଇଁ ବୁକ୍ ତିଆରି କରିଛନ୍ତି। କେଉଁ ସମୟରେ କେତେବେଳ ପାଇଁ ମୋବାଇଲ୍ ବ୍ୟବହାର କରାଯିବ ସେ ସମ୍ପର୍କରେ ଏହି ଷ୍ଟାର୍ଟଅପ୍ରେ ସୂଚନା ଦିଆଯାଇଛି। ଇତିମଧ୍ୟରେ ୧୨ଟି ସ୍କୁଲରେ ସେ ଏନେଇ ଆୟୋଜିତ ଆଲୋଚନା ଚକ୍ରରେ ନିଜର ମତାମତ ଉପସ୍ଥାପନ କରିସାରିଲେଣି। ଭାବିକାଙ୍କ ଏଭଳି ପ୍ରୟାସ ତାଙ୍କ ଲାଗି ସୋସିଆଲ ମିଡ଼ିଆରେ ପରିଚିତି ଆଣି ଦେଇଛି। ଭାବିକାଙ୍କ ଏଭଳି ଅଭିଯାନକୁ ବହୁ ୟୁଜର ପ୍ରଶଂସା କରିଛନ୍ତି।