ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଜଳେଶ୍ୱର ଷ୍ଟେଶନରେ ସମ୍ବର୍ଦ୍ଧନା

ଭୋଗରାଇ,୨୦।୧୦(ଡି.ଏନ୍‌.ଏ.): ପୁରୀ ଗୋବର୍ଦ୍ଧନ ପୀଠର ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ନନ୍ଦନକାନନ ଏକ୍ସପ୍ରେସ୍‌ରେ ରବିବାର ଜଳେଶ୍ୱର ଷ୍ଟେଶନରେ ପହଞ୍ଚିବା ପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି l ଗୁରୁଜୀ ଆଜି ଅପରାହ୍ନ ୪ଟାରେ ଭୋଗରାଇ ଥାନାଛକ ହେଲିପ୍ୟାଡ୍‌ ପଡ଼ିଆରେ ସନାତନ ଧର୍ମର ସୁରକ୍ଷା ପାଇଁ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ସନ୍ଦେଶ ପ୍ରଦାନ କରିବେ।