ଜଗତ୍‌ସିଂହପୁରରେ ପ୍ରଶାନ୍ତ ମୁଦୁଲି ଆଗୁଆ

ଜଗତ୍‌ସିଂହପୁର ଅଫିସ,୨୩ା୫: ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଆଗରେ ଅଛନ୍ତି। ସେ ୩୯୯୬ ଭୋଟ୍‌ ପାଇଛନ୍ତି। ତାଙ୍କ ପଛକୁ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବଶ୍ୱାଳ
୨୪୬୬ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାଜପା ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ର ୧୨୨୨ ଭୋଟ୍‌ ପାଇ ୩ୟ ସ୍ଥାନରେ ଅଛନ୍ତି।