ଜଗତ୍‌ସିଂହପୁରରେ ରାଜଶ୍ରୀ ଆଗରେ

ଜଗତ୍‌ସିଂହପୁର ଅଫିସ,୨୩ା୫: ଜଗତ୍‌ସିଂହପୁର ଏମ୍‌ପି ପ୍ରାର୍ଥୀ ଡା. ରାଜଶ୍ରୀ ମଲ୍ଲିକ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗଣତି ସୁଦ୍ଧା ୬୬୫୯ ଭୋଟ୍‌ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୨୭୧୩ ଭୋଟ୍‌ ବ୍ୟବଧାନରେ ଆଗୁଆ ଅଛନ୍ତି। ତାଙ୍କ ପଛକୁ କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ ୩୯୪୭ ଓ ଭାଜପା ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ୨୬୨୦ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଅଛନ୍ତି।