ଜଗଦ୍ଧାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୩୧।୧୦: ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ପଞ୍ଚମ ଦିନରେ ଗୁରୁବାର ମା’ ଜଗଦ୍ଧାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କର ଏହି ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଜଗଦ୍ଧାତ୍ରୀ ବେଶରେ ମା’ଙ୍କର ବାଘ ବାହନ ଥିବା ବେଳେ ମୁଖମଣ୍ଡଳ କୃଷ୍ଣ ବର୍ଣ୍ଣ ରହିଛି। ମା’ନାଲି ପାଟବସ୍ତ୍ର ପରିଧାନ କରି ସ୍ବର୍ଣ୍ଣ ରୌପ୍ୟ ଅଳଙ୍କାରରେ ଭୂଷିତ ହୋଇଛନ୍ତି। ହସ୍ତରେ ଶଙ୍ଖ, ଚକ୍ର, ଗଦା, ଖଡ୍‌ଗ ଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଛନ୍ତି। ମା’ଙ୍କର ଏହି ବେଶ ଦେଖିବା ସହିତ ମନ୍ଦିର ବାହାରେ ନିର୍ମିତ ବାରୁଆଳୀ ମୂର୍ତ୍ତି ଦେଖିବା ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଶୁକ୍ରବାର ମା’ ପଦ୍ମାସନା ହଂସ ବାହନରେ ମହାସରସ୍ବତୀ ବେଶରେ ଦର୍ଶନ ଦେବେ।