ଜଗନ୍ନାଥଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ପୁରୀ ଯାତ୍ରା, ପାଦରେ ଚାଲି ଚାଲି ପହଞ୍ଚିବେ

ଭୁବନ,୨୮।୦୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ୬୦ ଜଣରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଶୁକ୍ରବାର ପାଦରେ ଚାଲି ଜଗନ୍ନାଥଙ୍କ ଦର୍ଶନ କରିବା ନିମନ୍ତେ ପୁରୀ ଯାତ୍ରା କରିଛନ୍ତି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧାଳୁମାନେ ଭୁବନ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ସଙ୍କୀର୍ତ୍ତନ କରି ଯାତ୍ରା ଆରମ୍ଭ କରିଥିଲେ। ଏହି ଯାତ୍ରାରେ ଭୁବନ ଅଞ୍ଚଳର ବିଶିଷ୍ଟ ସଙ୍କୀର୍ତ୍ତନ ଗୁରୁ ହୃଦାନନ୍ଦ ବେହେରାଙ୍କ ତତ୍ତ୍ୱାବଧାନରେ ବରିଷ୍ଟ ତଥା ଜଗନ୍ନାଥଙ୍କ ସେବକ ଖଗେଶ୍ବର ସାହୁଙ୍କ ସହଯୋଗରେ ଯୁବକଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ସାମିଲ ଅଛନ୍ତି। ଭକ୍ତ ମାନେ ସଙ୍କୀର୍ତ୍ତନ କରି ଜଗନ୍ନାଥଙ୍କ ଜଣାଣ ଗାନ କରି ପାଦରେ ଚାଲି ଚାଲି ନେତ୍ରୋତ୍ସବ ଦିନ ପୁରୀରେ ପହଞ୍ଚିବେ ବୋଲି ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ କହିଛନ୍ତି।