ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲା ସୁରଟ ଟ୍ରେନ: ଆସିଲେ ୯ ଜିଲାର ୧୭୩୪ ପ୍ରବାସୀ

ଛତ୍ରପୁର, ୨୬।୫(ଡି.ଏନ୍‌.ଏ.): ଦୀର୍ଘ ୯ ଦିନ ପରେ ମଙ୍ଗଳବାର ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଷ୍ଟେଶନରେ ସୁରଟରୁ ଆଉ ଏକ ଟ୍ରେନ ଆସି ପହଞ୍ଚିଛି। ଏଥିରେ ରାଜ୍ୟର ୯ଟି ଜିଲାର ୧୭୩୪ ଜଣ ପ୍ରବାସୀ ଆସିଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାର ସର୍ବାଧିକ ୧୭୧୨ ପ୍ରବାସୀ ରହିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଗତ ୩ ରୁ ୧୭ ତାରିଖ ମଧ୍ୟରେ ଜଗନ୍ନାଥପୁର ଷ୍ଟେଶନକୁ ୪୧ଟି ଟ୍ରେନ ଯୋଗେ ୪୯ ହଜାର ୨୬ ଜଣ ପ୍ରବାସୀ ଓଡ଼ିଶା ଆସିଛନ୍ତି।

Share