Categories: ଜାତୀୟ

ଜଗନ ମୋହନଙ୍କୁ ତେଲଗୁରେ ନବୀନଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟା ଗରିଷ୍ଠତା ଆଡକୁ ବଢୁଥିବା ବେଳେ ଦୁଇଟି ବିଧାନ ସଭା ନିର୍ବାଚନରେ କିନ୍ତୁ ପରାଜୟକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଛି। ତାମିଲନାଡୁରେ ଶାସକ ଟିଡିପିକୁ ହରାଇ ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦଳ ମାଜିମାତ୍‌ କରିଥିବା ବେଳେ ଜଗନ ମୋହନ ରେଡ୍ଡି ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦଳର ଜଣେ ବରିଷ୍ଠ ନେତା ପ୍ରକାଶ କରିଛନ୍ତି। ସେହିପରି ଓଡ଼ିଶାରେ ମଧ୍ୟ ହାରିଛି ଭାଜପା। ଶାସକ ବିଜେଡି ପୁଣିଥରେ ଏଠି ବାଜିମାତ୍‌ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ଭାବି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ତେଲଗୁରେ ଓ ଓଡିଶାର ଶାସକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି।

Share