ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଯାଜପୁର ରୋଡ,୩୦ା୯(ନି.ପ୍ର.): ଯାଜପୁର ରୋଡ ପୋଲିସ ରବିବାର ବ୍ୟାସ ସରୋବର ନୂତନ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ପଚି ସଢି ଯାଇଥିବାରୁ ତାଙ୍କ ପରିଚୟ ମିଳି ପାରି ନାହିଁ। ମୃତ ଯୁବକ ଜଣଙ୍କ ଏକ ହ୍ୟାପ୍‌ପ୍ୟାଣ୍ଟ ଓ ଗଞ୍ଜି ପିନ୍ଧିଛନ୍ତି। ବୟସ ପାଖାପାଖି ୩୦ ଅନୁମାନ କରାଯାଉଛି। ତାଙ୍କୁ କେହି ହତ୍ୟାକରି ଏଠାରେ ପକାଇ ଦେଇଥିବାର ପୋଲିସ ଅନୁମାନ କରୁଛି। ଘଟଣାସ୍ଥଳରୁ ପୋଲିସ ପଲାସାରୁ ହାଉଡା ଟ୍ରେନ ଟିକେଟ୍‌ ପାଇଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି ସୂଚନା ଦେଇଛନ୍ତି। ମୃତଦେହଟି ଜଙ୍ଗଲର ଏକ ଗଛ ମୂଳେ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଯାଜପୁର ରୋଡ ଥାନା ଅଧିକାରୀ ଅନୀଲ କୁମାର ଏବଂ ଏସ୍‌ଆଇ ପବିତ୍ର ମହାରଣା ପହଞ୍ଚତ୍ ମୃତଦେହ ଉଦ୍ଧାର କରିଥିଲେ।