ଲଇକେରା, ୨୮।୪ (ଡି.ଏନ.ଏ.)- କରୋନାର ଭୟାବହତା ନେଇ ସାରା ଦେଶ ଲକ ଡାଉନ ହୋଇଥିବା ବେଳେ ପ୍ରାୟତଃ ଦୋକାନ ବଜାର ଏବେ ବି ବନ୍ଦ ରହିଛି । ତେବେ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟକ୍ତି ଦେଶୀ ମଦ ପ୍ରସ୍ତୁତ କରୁଥିବାର ଅଭିଯୋଗ ହୋଇଛି। ଅଭିଯୋଗ ପାଇ ଝାରସୁଗୁଡା ଜିଲା ଲଇକେରା ଥାନା ପୋଲିସ ତାଲଚନକି ଗାଁ ନିକଟ ଜଙ୍ଗଲରୁ ମଦ ରନ୍ଧା ପାଇଁ ପ୍ରସ୍ତୁତ କରାଯାଉଥିବା ପ୍ରାୟ ୧୧ କୁଇଣ୍ଟାଲ ପୋଚକୁ ନଷ୍ଟ କରିଛି। ପୋଲିସ କିନ୍ତୁ କାହାରିକୁ ଧରି ପାରିନାହିଁ ।