ଜଙ୍ଗଲରେ ଦମ୍ପତିଙ୍କ ଗଳାକାଟି ହତ୍ୟା

ମୋହନା,୧୭ା୩(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ କରଚବାଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପଟିମା ଓ କୁଟିଗୁଡା ମଧ୍ୟରେ ଥିବା ଜଙ୍ଗଲରୁ ସୋମବାର ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡିଛି। ସେମାନେ ହେଲେ ଗୋପଟିମା ଗ୍ରାମର ପଟର ମଳିକ (୪୫) ଓ ସ୍ତ୍ରୀ ସବିତା (୩୫)। ନଂ.୧୪/୨୦ରେ ମାମଲା ରୁଜୁକରି ମୋହନା ପୋଲିସ ତଦନ୍ତ ଚଳାଇଛି।
ପ୍ରକାଶ ଯେ, ପ୍ରତିଦିନ ଭଳି ସୋମବାର ସକାଳୁ ପଟର ଓ ସବିତା ତେନ୍ତୁଳି ତୋଳିବାକୁ ଜଙ୍ଗଲ ନିକଟସ୍ଥ ବଗଡକୁ ଯାଇଥିଲେ। ୨ଜଣ ନାବାଳକ ଦିନ ପ୍ରାୟ ୧୧ଟାବେଳେ ସେହି ରାସ୍ତାଦେଇ ତେନ୍ତୁଳି ତୋଳିବାକୁ ଯାଉଥିବାବେଳେ ୨ଟି ମୃତହେହ ପଡିଥିବା ଦେଖିଥିଲେ। ଗଁାକୁ ଯାଇ ଏସମ୍ପର୍କରେ କହିବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ବା ସହ ମୋହନା ଥାନାକୁ ଜଣାଇଥିଲେ। ଆର୍‌.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି, ମୋହନା ଥାନା ଅଧିକାରୀ ସୁଜିତ୍‌ କୁମାର ନାୟକ ଓ ଛତ୍ରପୁରରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ପଟରଙ୍କ ମୃତଦେହ ଠାରୁ ପ୍ରାୟ ୫୦ ମିଟର ଦୂରରେ ସବିତାଙ୍କ ମୃତଦେହ ପଡିଥିଲା। ଘଟଣାସ୍ଥଳରୁ ଲଙ୍କାଗୁଣ୍ଡ ଥିବା ପଲିଥିନ, ୨ ହଳ ଚପଲ, ତେନ୍ତୁଳି ତୋଳିବା ବାଉଁଶ, ପାଣି ବୋତଲ ଜବତ କରିଛି ପୋଲିସ। ଲଙ୍କାଗୁଣ୍ଡ ତଳେ ପଡିଥିବାବେଳେ ଦମ୍ପତିଙ୍କ ମୁହଁରେ ମଧ୍ୟ ଲାଗିଛି। ଦୁର୍ବୃତ୍ତମାନେ ମୁହଁକୁ ଲଙ୍କାଗୁଣ୍ଡ ପକାଇବାପରେ ଗଳା କାଟିଥିବା ପୋଲିସ ଅନୁମାନ କରୁଛି।
ମୃତବ୍ୟକ୍ତିଙ୍କ ସାନପୁଅ ଶିବଙ୍କ କହିବା ପ୍ରକାରେ, ବାପା ଚେରମୂଳି ଦେଇ ଲୋକଙ୍କ ରୋଗ ଭଲ କରୁଥିଲେ। ଏହାକୁ କେତେଜଣ ଲୋକ ସହ୍ୟ କରିପାରୁ ନ ଥିଲେ। ବାପା ଗୁଣିଗାରେଡି କରୁଥିବା ସେମାନେ ଅଭିଯୋଗ କରୁଥିଲେ। ଏହାକୁ ନେଇ ମୋ ବାପା ଓ ମା’ଙ୍କୁ ହତ୍ୟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

Share