ଜଙ୍ଗଲରେ ନିଆଁରେ ପୋଡ଼ିଥିବା ଗଛ ପୁଣି କଅଁଳୁଛି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ସିଡ୍‌ନୀ,୧୩।୧: ଅଷ୍ଟ୍ରେଲିଆର ଜଙ୍ଗଲରେ ଗତ ବର୍ଷ ସେପ୍ଟେମ୍ବରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫ ମାସ ଧରି ନିଆଁ ଲାଗିଛି। ଇତିମଧ୍ୟରେ ୬୩ ହଜାର ବର୍ଗ କିମିରୁ ଅଧିକ ଜଙ୍ଗଲ ନଷ୍ଟ ହେଲାଣି। ପୋଡ଼ି ଯାଇଥିବା ଜଙ୍ଗଲର କେତେକ ଅଞ୍ଚଳରେ ପୁଣି ଜୀବନର ସର୍ଜନା ଆରମ୍ଭ ହୋଇଛି। ପ୍ରକୃତିର ଭଙ୍ଗାଗଢ଼ା ନିୟମ ମଧ୍ୟରେ ପୋଡ଼ା ଗଛ ପୁଣି କଅଁଳିବା ଆରମ୍ଭ କରିଛି। ସେହିପରି କେତେକ ଅନାବନା ଘାସ ମଧ୍ୟ ଭୂଇଁରେ ଉଠିବା ଆରମ୍ଭ କରିଛି। ଏହାର କିଛି ଫଟୋ ମୁରୀ ଲୋଓ୍ବେଙ୍କ ଦ୍ୱାରା ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଛି। ପେଶାରେ ଫଟୋଗ୍ରାଫର ଥିବା ଲୋଓ୍ବେ କୁଲନୁରା ଜଙ୍ଗଲର ଫଟୋ ଶେୟାର କରିଛନ୍ତି। ଏହାକୁ ନେଇ କେତେକ ବିଭିନ୍ନ ଭାବୁକ କମେଣ୍ଟ ଦେଇଛନ୍ତି।

Share