ଜଙ୍ଗଲରେ ନିଆଁ: ସାଇକେଲ ଆରୋହୀଙ୍କୁ ଅଟକାଇ ପାଣି ପିଇଲା କୋଆଲା; ଭିଡ଼ିଓ ଭାଇରାଲ

ଏଡ଼ିଲେଡ୍‌,୨୯।୧୨: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନା ଧରୁନି। ବହୁ ବନ୍ୟପ୍ରାଣୀଙ୍କ ଏହାଦ୍ୱାରା ମୃତ୍ୟୁ ଘଟିଥିବା କୁହାଯାଉଛି। ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଜଙ୍ଗଲ ନିଆଁ ଯୋଗୁ କିଭଳି ବନ୍ୟପ୍ରାଣୀ ହନ୍ତସନ୍ତ ହେଉଛନ୍ତି ତାହାର କିଛି ଫଟୋ ଓ ଭିଡ଼ିଓ ଅପଲୋଡ୍‌ କରାଯାଇଛି। ଏହା ଏବେ ଭାଇରାଲ ହେବାରେ ଲାଗିଛି। ଜଙ୍ଗଲରେ ନିଆଁ ଲାଗିଥିବାରୁ ଏକ ଶିଶୁ କୋଆଲା ବିକଳରେ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ଏନା ନାମକ ଜଣେ ସାଇକେଲ ଆରୋହୀଙ୍କୁ ଅଟକାଇ ତାଙ୍କ ପାଖରେ ଥିବା ବୋତଲକୁ ଟାଣି ନେଇଥିଲା। ସାଇକେଲ ଚାଳକ କୋଆଲାକୁ ପାଣି ପିଆଇଥିଲେ। ଏନା ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଥିଲେ। ଇତିମଧ୍ୟରେ ଏହା ୩୬ ହଜାରରୁ ଅଧିକ ଲାଇକ୍‌ ମିଳିଛି।

Share