ଜଙ୍ଗଲରେ ବନରକ୍ଷୀଙ୍କୁ ଆକ୍ରମଣ, ସରକାରୀ ଗାଡି ଭଙ୍ଗାରୁଜା

ଦେବଗଡ଼,୨୨ା୪(ଡି.ଏନ.ଏ): ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅଧୀନ ସଂଘାପଶି ଜଙ୍ଗଲରେ ବନରକ୍ଷୀ କାର୍ତ୍ତିକେୟ ପ୍ରଧାନଙ୍କୁ ଆକ୍ରମଣ ହୋଇଛି। ପଡୋଶୀ ଅନଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାଟକୁମୁଣ୍ଡା ଗ୍ରାମର କେତେକ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଛନ୍ତି। ଏମାନେ ଗଛ କାଟି ଚୋରି କରି ନେଉଥିବା କୁଣ୍ଢେଇଗୋଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ପାଟକୁମୁଣ୍ଡା ଗ୍ରାମର ଦୁଇ ଜଣ ବ୍ୟକ୍ତି ଶଗଡରେ ଜଙ୍ଗଲରୁ କଞ୍ଚା ଗଛ କାଟି ନେଉଥିଲେ। କର୍ତ୍ତିକେୟ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ତାଙ୍କୁ ଗାଳିଗୁଲଜ କରି ହତ୍ୟା ଧମକ ଦେବା ସହ ସରକାରୀ ଗାଡିକୁ ଭଙ୍ଗାରୁଜା କରିଥିଲେ।

Share