Categories: ଫୁରସତ

ଜଙ୍ଗଲରେ ମିଳିଲା ମୋବାଇଲ୍‌ ସିଗନାଲ୍‌: ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କଲେ ଛାତ୍ରୀଛାତ୍ର

ଡେରାଡୁନ୍‌, ୨୪।୬: କରୋନା ସଂକ୍ରମଣ ନେଇ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ସ୍କୁଲ କଲେଜ ବନ୍ଦ ହୋଇଥିବାରୁ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠପଢ଼ା କରୁଛନ୍ତି। ତେବେ ମୋବାଇଲ୍‌ ସିଗନାଲ ନ ମିଳିଲେ ଇଣ୍ଟରନେଟ୍‌ କାମ କରିବା ଅସମ୍ଭବ। ଏପରିସ୍ଥଳେ ଛାତ୍ରୀଛାତ୍ର ସିଗନାଲ୍‌ ମିଳୁଥିବା ସ୍ଥାନକୁ ଲାପଟପ୍‌,ମୋବାଇଲ ଅବା ଟ୍ୟାବ୍‌ ନେଇଯାଉଛନ୍ତି। ଉତ୍ତରାଖଣ୍ଡରେ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ଗୁଡ଼ିକର ସିଗନାଲ୍‌ ପ୍ରାୟତଃ ମିଳୁନାହିଁ। ଜଙ୍ଗଲ ନିକଟବର୍ତ୍ତୀ ଖୋଲା ପଡ଼ିଆରେ ମୋବାଇଲ୍‌ ସିଗନାଲ୍‌ ମିଳୁଛି। ସ୍ଥାନୀୟ ଭବାଲୀ ଅଞ୍ଚଳରେ ସିଗନାଲ୍‌ ନ ମିଳିବାରୁ ଛାତ୍ରୀଛାତ୍ର ଅସୁବିଧାରେ ପଡ଼ିଛନ୍ତି। ସେମାନେ ଜଙ୍ଗଲରେ ସିଗନାଲ୍‌ ମିଳୁଥିବା ସ୍ଥାନରେ ବସି ଅନ୍‌ଲାଇନ୍‌ରେ ପାଠପଢ଼ା କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ସିଗନାଲ ବ୍ୟବସ୍ଥାକୁ ସୃଦୃଢ଼ କରିବା ଲାଗି ବାରମ୍ବାର ଅନୁରୋଧ କଲେ ମଧ୍ୟ ସୁଫଳ ମିଳୁ ନ ଥିବା କୁହାଯାଉଛି।

Share