ଜଙ୍ଗଲରେ ଯୁବତୀଙ୍କ ମୃତଦେହ ପଡ଼ିବା ଘଟଣା: ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ

ମାଧପୁର,୨୩।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ମାନଯୋର ଜଳସେଚନ ଉପରମୁଣ୍ଡ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପଡ଼ିଥିବା ଖବର ବୁଧବାର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ପରେ ଗୁରୁବାର ଆଠମଲ୍ଲିକ ପୋଲିସ ଘଟଣାସ୍ଥଳକୁ ଆସି ବହୁତ ଖୋଜାଖୋଜି ପରେ ମୃତଦେହର ସନ୍ଧାନ ପାଇଛି। ଏହା କିଶୋରନଗର ଅଞ୍ଚଳ ହେଇଥିବାରୁ ଆଠମଲ୍ଲିକ ପୋଲିସ କିଶୋରନଗର ପୋଲିସକୁ ଖବର ଦେଇଛି। ତେବେ କିଶୋରନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରିରଖିଛି।