ଜଙ୍ଗଲରେ ଶିଶୁକନ୍ୟାଙ୍କୁ ବଳାତ୍କାର ଉଦ୍ୟମବେଳେ ଉଦ୍ଧାର କଲେ ଲୋକେ, ଜଣେ ଅଟକ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୬।୧(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ଜଣେ ଯୁବକ ଜଙ୍ଗଲରେ ବଳାତ୍କାର ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ସମ୍ପୃକ୍ତ ଯୁବକଙ୍କୁ ଧରି ପୋଲିସ ଜିମା ଦିଆଯାଇଛି।
ପ୍ରକାଶ ଯେ, ଶିଶୁକନ୍ୟା ଘରେ ଏକାକୀ ଥିବାବେଳେ ଗ୍ରାମର ଜଣେ ଯୁବକ କିଛି ଖାଦ୍ୟ ଖାଇବାକୁ ଦେଇ ପ୍ରଲୋଭିତ କରି ନିକଟସ୍ଥ ବାନ୍ଦାମା ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ବଳାତ୍କାର ଉଦ୍ୟମ କରିବାବେଳେ ଶିଶୁକନ୍ୟା ପାଟି କରିଥିଲେ। ପାଟିଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ପହଞ୍ଚତ୍ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛନ୍ତି ା ଶିଶୁକନ୍ୟାଙ୍କ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି ା ପୋଲିସ ମାମଲା (ନଂ.୯/୨୦) ରୁଜୁ କରି ତଦନ୍ତ ଚଳାଇଛି। ତଦନ୍ତରେ ବାଧା ସୃଷ୍ଟିହେବା ଆଶଙ୍କାରେ ପୋଲିସ ଅଧିକ କିଛି କହିବାକୁ ମନା କରିଦେଇଛି ା ଅଟକ ଯୁବକଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ଜଣାପଡ଼ିଛି ା

Share