Categories: ରାୟଗଡା

ଜଙ୍ଗଲ ଜମି ପଟ୍ଟା ଯୋଗାଇବାରେ ପ୍ରଶାସନ ବିଫଳ, ପଟ୍ଟା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ଦାବି

ମାଲକାନଗିରି, ୩ା୭(ଡି.ଏନ୍‌.ଏ.): ଦୀଘବର୍ଷ ଧରି ମାଲକାନଗିରି ଜିଲାରେ ବସବାସ କରି ଆସୁଥିବା ଅନୁସୂଚିତ ଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବାରେ ପ୍ରଶାସନ କାଳ ବିଳମ୍ବ କରୁଥିବାରୁ କୃସୁବାଡ଼ା ଗ୍ରାମର ୧୦୦ରୁ ଊର୍ଦ୍ଧ୍ୱ ପରିବାର ଅସନ୍ତୋଷ ପ୍ରକାଶ କରିବା ସହ ସରକାର ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ୨୦୧୭ ମସିହାରୁ ଜଙ୍ଗଲ ଜମି ପଟ୍ଟା ପାଇବା ନିମନ୍ତେ ଗ୍ରାମବାସୀ ଜିଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଫଳରେ ଶିଖପାଲ୍ଲୀର ପୂର୍ବତନ ସରପଞ୍ଚ ତଥା କୃସୁବାଡ଼ା ଗ୍ରାମର ବାଲାୟା ଦୁଆରି, ଲାଖମା କବାସୀ, ଏଙ୍କାୟା ଗୋଟେ, ରାମାରାଓ ତୋକାଲି, ପ୍ରସାଦରାଓ ପେଦୀ, କାନ୍ନାୟ ଦୁଆରି, ନାଗେଶ ଦୁଆରି, ଜୟରାଜୁ ଦୁଆରିଙ୍କ ସହ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦେବାକୁ ସରକାରଙ୍କ ଠାରେ ଦାବି କରିଛନ୍ତି।