ଜଙ୍ଗଲ ବିନା ପ୍ରାଣୀ ଜଗତ ଅସମ୍ଭବ: ବର୍ତ୍ତମାନର ପିଢି ଆଗାମୀ ପିଢି କଥା ଚିନ୍ତା କରିବାକୁ ପଡିବ

ଭଞ୍ଜନଗର,୨୧୩(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଶୁକ୍ରବାର ଲାଲସିଂ ନର୍ସରୀ ପରିସରରେ ବନଖଣ୍ଡସ୍ତରୀୟ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି। ଏସିଏଫ ରଶ୍ମି ରଞ୍ଜନ ସାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ। ସଭାରେ ବନ ଏବଂ ଖାଦ୍ୟ ଉପରେ ଆଲୋଚନା ହୋଇଥିଲା । ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।

ଏସିଏଫ ବିବେକ କୁମାର ଦାସ ଅତିଥି ଭାବେ ଯୋଗଦେଇ କହିଥିଲେ, ବନ ଏବଂ ଖାଦ୍ୟ ଉଭୟ ପରିପୂରକ ଜଡ଼ିତ। ଜଙ୍ଗଲରୁ ଅନେକ ଖାଦ୍ୟ ମିଳୁଛି। କେତେକ ସ୍ଥାନରେ ଲୋକେ ଏବେ ବି ଜଙ୍ଗଲରୁ କନ୍ଦା ସଂଗ୍ରହ କରି ଖାଉଛନ୍ତି। ମୃତ୍ତିକା ସଂରକ୍ଷଣ ଲୋଡ଼ା। ବିଭିନ୍ନ କାରଣ ଯୋଗୁ ଜଳବାୟୁ ପରିବର୍ତ୍ତନ ହେଉଛି। ୧୦ ଦିନ ପୂର୍ବେ ଜଙ୍ଗଲ ପୋଡି ଏହି ବନଖଣ୍ଡରେ ବଢିଥିଲା। କିନ୍ତୁ କର୍ମଚାରୀମାନଙ୍କ ପ୍ରଚେଷ୍ଟା ଯୋଗୁ ବର୍ତ୍ତମାନ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରଯାଇଛି ବୋଲି ଦାସ କହିଥିଲେ।

ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ,ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ, ସୁରେଶ ସାଇଁ,ପ୍ରଶାନ୍ତ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
ବନ ସୁରକ୍ଷା ସମିତି କର୍ମକର୍ତ୍ତା ଲୋକନାଥ ଆଚାର୍ଯ୍ୟ, ଶରତ ସାଇଁ ପ୍ରମୁଖ ଆଲୋଚନାର ଭାଗ ନେଇ ଜଙ୍ଗଲ ବିନା ପ୍ରାଣୀ ଜଗତ ଅସମ୍ଭବ ବୋଲି କହିଥିଲେ। ବର୍ତ୍ତମାନର ପିଢୀ ଆଗାମୀ ପିଢୀ କଥା ଚିନ୍ତା କରିବାକୁ ପଡିବ । ନଚେତ୍‌ ଆଗାମୀ ପିଢୀ ଅନେକ ଅସୁବିଧାର ସମ୍ମୁଖୀନ ହେବେ। ଅଭିଭାବକ ମାନେ ନିଜ ଛୁଆର ଭବିଷ୍ୟତ ପାଇଁ କିଛି ସମ୍ପତ୍ତି ରଖିବାକୁ ଚେଷ୍ଟା କରିଥାନ୍ତି। ସେହିଭଳି ସେମାନେ ସୁରକ୍ଷିତ ଜୀବନଯାପନ ପାଇଁ ବିଶୁଦ୍ଧ ବାୟୁ ଲୋଡ଼ା। ତେଣୁ ସମ୍ପତ୍ତି ଭଳି ସେମାନଙ୍କ ପାଇଁ ଜଙ୍ଗଲ ମଧ୍ୟ ସୁରକ୍ଷିତ ରଖିବାକୁ ପଡିବ। ଜଙ୍ଗଲ ବିଭିନ୍ନ କାରଣ ଯୋଗୁ ଧଂସ ହେଉଛି। ବାୟୁ ପ୍ରଦ୍ୟୁଷଣ, କଳାକାରଖାନା ବଢୁଛି। ଏହିଭଳି ଅନେକ କାରଣ ଯୋଗୁ ଜଳବାୟୁ ପରିବର୍ତ୍ତନ ହେଉଛି। ତେଣୁ ଆଗାମୀ ପିଢୀ କଥା ବର୍ତ୍ତମାନ ଠାରୁ ଚିନ୍ତା କରି ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ପଡିବ ବୋଲି କେତେକ ବକ୍ତା କହିଥିଲେ।

ଶେଷରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁରେଶ ସାଇଁ କବିତା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ପାଇଁ ନିବେଦନ କରିଥିଲେ। ଏଥିସହ ସେ କହିଥିଲେ, ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ବନ୍ୟପ୍ରାଣୀ ଜଙ୍ଗଲ ବାହାରକୁ ଚାଲି ଆସୁଛନ୍ତି। ଲୋକେ ମଧ୍ୟ ଜଙ୍ଗଲର ଅନେକ ଖାଦ୍ୟ ଉପରେ ନିର୍ଭରଶୀଳ। ତେଣୁ ଜଙ୍ଗଲ ରହିଲେ ଖାଦ୍ୟ ମିଳିବ। ନଚେତ୍‌ ସମସ୍ତେ ବିପଦରେ ପଡ଼ିବା ବୋଲି କହିଥିଲେ। ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ବନପାଳ ଅନୁପ ବିଷୋୟୀ, ଜୀବନ ତ୍ରିପାଠୀ, ଶରତ ମହାନ୍ତି, ବବୁଲ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଂଘ ନିର୍ବାଚନ: ପୂର୍ବାହ୍ନ ୧୧ଟା ସୁଦ୍ଧା ୫୦% ମତଦାନ

ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା କୋର୍ଟ ପରିସରରେ ଖୋର୍ଦ୍ଧା ଜିଲା ଓକିଲ ସଂଘର ମତାମତ ଚାଲିଛି। ୩୬୧ ମତଦାତା ରହିଥିବା ବେଳେ ପୂର୍ବାହ୍ନ ୧୧ଟା ସୁଦ୍ଧା ୫୦%...

୧୯ ପଦବୀ ପାଇଁ ମଇଦାନରେ ୩୬ ପ୍ରାର୍ଥୀ

ବାଲେଶ୍ୱର,୨୯ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ପୂର୍ବାହ୍ନ ୭ଟା ୩୦ରୁ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ୧୯ ପଦବୀ ପାଇଁ ୩୬ ଜଣ...

ଗ୍ରାମୀଣ ମହିଳା ସଶକ୍ତିକରଣ ମଡେଲ ଦେଖିଲେ ତ୍ରିପୁରାର ୩୦ ଜଣିଆ ଟିମ୍‌: କଲେ ପ୍ରଶଂସା

ଛତ୍ରପୁର, ୨୯।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାକୁ ତ୍ରିପୁରା ରାଜ୍ୟର ୩୦ ଜଣିଆ ସଦସ୍ୟଙ୍କ ଟିମ ବୁଲିବାକୁ ଆସିଥିଲେ। ବିଶେଷକରି ଗଞ୍ଜାମ ଜିଲାରେ ଚାଲିଥିବା ଗ୍ରାମୀଣ ମହିଳା...

ସୌନ୍ଦର୍ଯ୍ୟ ହରାଉଛି ହିଲ୍‌ଭିୟୁ ଘାଟି, କୁଢ଼କୁଢ଼ ଆର୍ବଜନା ଦେଖି ପର୍ଯ୍ୟଟକ କ୍ଷୁବ୍ଧ

ଦାରିଙ୍ଗବାଡ଼ି,୨୯ା୩(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ତଥା ପର୍ଯ୍ୟଟନ କ୍ଷେତ୍ର ପାଇଁ ଦାରିଙ୍ଗବାଡ଼ି ଦେଶ ଓ ବିଦେଶରେ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ...

ବିଭିନ୍ନ ଦାବି ନେଇ ଡିଏଭି ମହାବିଦ୍ୟାଳୟର ତାଲା ପକାଇଲେ କର୍ମଚାରୀ

ଟିଟିଲାଗଡ଼,୨୯ା୩(ଶରତ ମିଶ୍ର): ଟିଟିଲାଗଡ଼ ଡିଏଭି ସ୍ବୟଂ ଶାସିତ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଭିନ୍ନ ଦାବି ନେଇ ଶନିବାର ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି।...

କୋଟିଆରେ ଆନ୍ଧ୍ର କରୁଛି E-KYC, ଓଡ଼ିଶା ବ୍ଲକ ପ୍ରଶାସନ ନିକଟରେ ନାହିଁ ଖବର

ପଟ୍ଟାଙ୍ଗି,୨୯ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ...

ଶିକୁଳାରେ ଦଣ୍ଡ ବାହାରିଲେ ମୁଣ୍ଡ ଗଡୁଛି, ପୁଣି ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା

ପୁରୁଷୋତ୍ତମପୁର,୨୯ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଦଣ୍ଡଯାତ୍ରା ବାହାରିଲେ ମୁଣ୍ଡ ଗଡିବାରେ ଲାଗିଛି। ଏଠାରେ ଥିବା ଅପରାଧୀ ଗୋଷ୍ଠୀମାନେ ଯାତ୍ରା...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୧୬ ମାଓବାଦୀ ନିହତ

ମାଲକାନଗିରି,୨୯ା୩: ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି।-ସୁକ୍‌ମା ଜିଲା ଅପମ୍ପଲି ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image