Categories: ଗଞ୍ଜାମ

ଜଙ୍ଗଲ ସୁରକ୍ଷା ନେଇ ବନ ବିଭାଗର ପ୍ରୟାସ: ଜଙ୍ଗଲ ନିକଟ ଗ୍ରାମବାସୀଙ୍କୁ ମାଗଣା ଗ୍ୟାସ ସଂଯୋଗ ବଣ୍ଟନ

ଶେରଗଡ଼,୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ନିକଟସ୍ଥ ମଛାକୋଟ ଗ୍ରାମରେ ବୁଧବାର ବନ ବିଭାଗ ପକ୍ଷରୁ ମାଗଣା ଗ୍ୟାସ ସଂଯୋଗ ବଣ୍ଟନ କରାଯାଇଛି। ଏଥିରେ ଆଞ୍ଚଳିକ ବନ ସଂରକ୍ଷକ ସୁରେଶ ପନ୍ଥ ଓ ଜିଲା ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେଉରା ଯୋଗ ଦେଇ ୬୦ଜଣ ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ସହ ସମସ୍ତ ଉପକରଣ ବଣ୍ଟନ କରିଥିଲେ। ଗ୍ରାମ ନିକଟରେ ଥିବା ଜଙ୍ଗଲର ସୁରକ୍ଷା ସହ ଜଙ୍ଗଲର ସରକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ଅଧିକାରୀମାନେ କହିଥିଲେ। ଜଙ୍ଗଲ ନିକଟରେ ଥିବା ସମସ୍ତ ଗ୍ରାମର ପରିବାର ଗ୍ୟାସ ଚୁଲା ବ୍ୟବହାର କରିବା ଉଚିତ। ତାହାହେଲେ ଯାଇ ଜଙ୍ଗଲ ସୁରକ୍ଷିତ ହେବା ସହ ଆମର ଆଗାମୀ ପିଢ଼ି ସୁରକ୍ଷିତ ରହିବେ ବୋଲି ଉକ୍ତ କାର୍ଯ୍ୟକ୍ରମରେ କୁହାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆସିକା ରେଞ୍ଜର ହରିହର ମଲ୍ଲିକ, ଫରେଷ୍ଟର ପି. ସୁରଜ କୁମାରଙ୍କ ସମେତ ଶୁଭଶ୍ରୀ ଶତପଥୀ ଏବଂ ଗ୍ରାମବାସୀମାନେ ଯୋଗ ଦେଇଥିଲେ। ୬୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗ୍ରୀନ୍‌ ଇଣ୍ଡିଆ ପକ୍ଷରୁ ବନ ବିଭାଗ ଜରିଆରେ ମାଗଣା ଗ୍ୟାସ ବଣ୍ଟନ କରାଯାଇଛି।