ଜଜାଙ୍ଗ ଖଣିରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ: ଡକାୟତି ଉଦ୍ୟମ, ୪ ଗିରଫ

ଯୋଡ଼ା, ୧୯।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଖଣିର ରେଳ ସାଇଡିଂରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଡକାୟତି ଉଦ୍ୟମ ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ରେଳସାଇଡିଂରେ କାର୍ଯ୍ୟରତ ସୁରକ୍ଷାକର୍ମୀ ପ୍ରେମନାଥ ପ୍ରଧାନଙ୍କୁ କେତେକ ଦୁର୍ବୃତ୍ତ ଆସି ଅତର୍କିତ ଆକ୍ରମଣ କରି ୩ଟି ମୋବାଇଲ ଚୋରି କରିବା ସହିତ ଖଣିରେ ଥିବା ପେଲୋଡ଼ର ଯନ୍ତ୍ରାଂଶ ଚୋରି ଉଦ୍ୟମ କରିଥିଲେ ା ଏ ନେଇ କମ୍ପାନୀ ପକ୍ଷରୁ ବାମେବାରୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଜାଙ୍ଗ ପ୍ରେମନଗର ଅଞ୍ଚଳର ସୋମା ମୁଣ୍ଡା, ସୁନୀଲ ଲୋହାର, ପାଣ୍ଡିଆ ଗ୍ରାମର ବିଶୁ ନାଏକ ଓ ଲଙ୍ଗାଲଟା ଅଞ୍ଚଳର ବ୍ରଜକିଶୋର ମୁଣ୍ଡାଙ୍କୁ ଗିରଫ କରି ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚୋରି ହୋଇଥିବା ୩ ମୋବାଇଲ ମଧ୍ୟରୁ ୨ଟି ପୋଲିସ ଜବତ କରିଛି।