ଜଟଣୀ କୋର୍ଟରେ ପ୍ରଥମ ଦଣ୍ଡାଦେଶ

ଜଟଣୀ, ୨୬ା୧୧(ଡି.ଏନ.ଏ.):  ଜଟଣୀ ଜେଏମ୍‌ଏଫ୍‌ସିରେ ଏକ ମାମଲାର ବିଚାର କରି ମାଜିଷ୍ଟ୍ରେଟ୍‌ ଧ୍ରୁବି ସୋଲାଙ୍କିରାୟ ରାୟ ପ୍ରକାଶ କରି ଜଣେ ବିଚାରାଧୀନ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ଟ୍ରେନ୍‌ ଯାତ୍ରୀଙ୍କଠାରୁ ଚୋରି କରିବା ଘଟଣାରେ ବିଚାର ବିଭାଗୀୟ ହାଜତରେ ଥିବା କୃଷ୍ଣଚନ୍ଦ୍ର ରାଉତଙ୍କୁ ଶନିବାର ୬ ମାସ ୭ ଦିନ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ଜଟଣୀରେ କୋର୍ଟ ପ୍ରତିଷ୍ଠା ହେବା ପରେ ଏହା ପ୍ରଥମ ଦଣ୍ଡାଦେଶ। ସରକାରୀ ଆଇନ୍‌ଜୀବୀ ଭାବେ ଏପିପି ଚିରସ୍ମିତା ସାସମଲ ମାମଲା ପରିଚାଳନା କରୁଥିଲେ।

Share