ଜଟଣୀ,୨୨।୫(ଡି.ଏନ୍.ଏ.): ବାତ୍ୟା ‘ଫନୀ’ରେ ଜଟଣୀରେ ଥିବା ଶ୍ରୀଜଗନ୍ନାଥ ପୁରୀ ଗୋଶାଳାରେ ବ୍ୟାପକ କ୍ଷତି ଘଟିଛି। ପ୍ରାୟ ଦୁଇ ଶହରୁ ଅଧିକ ଗାଈ, ବାଛୁରି ଓ ବଳଦ ଏବେ ବି ଯନ୍ତ୍ରଣା ରହିଛନ୍ତି। ବିଦ୍ୟୁତ୍ ନ ଥିବାରୁ ପାଣି ଓ ଖାଦ୍ୟର ଅଭାବ ଦେଖାଯାଇଛି। ବିଦ୍ୟୁତ୍ ନ ଥିବାରୁ ମୋଟରରେ ପାଣି ଉଠିପାରୁ ନ ଥିବା ବେଳେ ନଡ଼ା କଟା ମେଶିିନ୍ ମଧ୍ୟ ଚାଲୁନାହିଁ। ଏହା ସହ ଗୋରୁଙ୍କ ଲାଗି ଥିବା ଖାଦ୍ୟସାମଗ୍ରୀ ଓଦା ହୋଇ ନଷ୍ଟ ହୋଇଯାଇଛି। ଗୋରୁଙ୍କ ପାଇଁ ଲଗାଯାଇଥିବା ପଙ୍ଖା ବୁଲୁ ନ ଥିବାରୁ ଅସୁସ୍ଥ ଥିବା ଗୋରୁ କଷ୍ଟ ପାଉଛନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଗୋଶାଳାର କର୍ମଚାରୀ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଗଛପଡ଼ି ଘର ଆଜବେଷ୍ଟସ ଭାଙ୍ଗିଯାଇଛି। ପାଣି ଉଠାଇବା ଓ ନଡ଼ା କାଟିବା ମେଶିିନ୍ ଚଳାଇବା ପାଇଁ ଭଡ଼ାରେ ଜେନେରେଟର ଅଣାଯାଇଥିବା ଗୋଶାଳା ମ୍ୟାନେଜର ରାମ ଭରୋଶ କହିଛନ୍ତି। ଭଡ଼ା ବାବଦରେ ଘଣ୍ଟାକୁ ୧୫ଶହ ଟଙ୍କା ଦବାକୁ ପଡୁଛିି। ଏତେ ଟଙ୍କା ବ୍ୟୟ କରି ଜେନେରେଟର ଚଳାଇବା କଷ୍ଟକର ହେଉଥିବା ଗୋଶାଳାର ମ୍ୟାନେଜର ଭରୋଶ ଓ ସାମାଜିକ କର୍ମୀ ଏସ୍.ଜନ୍ କହିଛନ୍ତି ା ଖୁବ୍ଶୀଘ୍ର ବିଦ୍ୟୁତ୍ ସଂଯୋଗ ଦେବାକୁ ସେସୁ ଓ ଫେଡ୍କୋ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।