ଝାରସୁଗୁଡା ଅଫିସ,୨।୬: ଝାରସୁଗୁଡ଼ା ଥାନା ବିଟିଏମ୍ ଫାଣ୍ଡି ଅଧୀନ ଲହଣ୍ଡାବୁଡ଼ ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ମଙ୍ଗଳବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସମସ୍ତଙ୍କୁ ପୋଲିସ ଉଦ୍ଧାରକରି ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ପଠାଯାଇଛି। ପରିବାରର ଜଣେ ସଦସ୍ୟଙ୍କ ସୋମବାର କୌଣସି କାରଣରୁ ମୃତ୍ୟୁ ଘଟିବାରୁ ସେମାନେ ଏହି ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି।