Categories: ଫୁରସତ

ଜଣାପଡ଼ିବ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ: ମିଳିଲା ୩୮୦୦ ବର୍ଷ ତଳର ଅନ୍ତିମ ସଂସ୍କାର ଗୁପ୍ତ ଗୃହ

ନୂଆଦିଲ୍ଲୀ, ୨୮।୧: ଏବେ ମହାଭାରତ ଯୁଦ୍ଧର ସତ୍ୟାସତ୍ୟ ଏବେ ଜଣାପଡ଼ିବ ବୋଲି କୁହାଯାଉଛି। ଉତ୍ତରପ୍ରଦେଶ ବାଗପତ୍‌ ଅଞ୍ଚଳରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କରାଯାଉଥିବା ଖନନ ସମୟରେ ଏକ ଅନ୍ତିମ ସଂସ୍କାର ଗୁପ୍ତ ଗୃହର ସନ୍ଧାନ ମିଳିଛି। କାର୍ବନ ଡାଟିଂରୁ ଏହା ୩୮୦୦ ବର୍ଷ ତଳର ବୋଲି ଜଣାପଡ଼ିଛି। ଅନ୍ତିମ ସଂସ୍କାର ସମୟରେ ମୃତଦେହରେ ରାସାୟନିକ ପ୍ରଲେପ ଲଗାଯାଇ ଏହାକୁ ଏହି ଗୃହରେ ରଖାଯାଉଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଗୃହରେ ପ୍ରବେଶ କରିବା ପାଇଁ ଦକ୍ଷିଣ ଦିଗରେ ଦ୍ୱାରା ରହିଛି। ଏହା ସହିତ ଧନୁଶର, ରଥ, ଖଣ୍ଡା, ଯୁଦ୍ଧରେ ବ୍ୟବହୃତ ଶିରଣାସ୍ତ୍ର ଆଦି ମଧ୍ୟ ମିଳିଛି। ଏହାକୁ ନିଶ୍ଚିତ ଭାବେ କୌଣସି ଯୋଦ୍ଧା ବ୍ୟବହାର କରୁଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କହାଯାଇଛି। ଏସବୁ ସାମଗ୍ରୀର ପରୀକ୍ଷଣ ପାଇଁ ଲକ୍ଷ୍ନୌସ୍ଥିତ ଲ୍ୟାବ୍‌କୁ ପଠାଯାଇଥିଲା। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୩୮୦୦ ବର୍ଷ ତଳେ ଉତ୍ତର ବୈଦିକ ଯୁଗ ଥିଲା। ଏହି ସମୟରେ ମହାଭାରତ ଯୁଦ୍ଧ ହୋଇଥିବାର ଅନୁମାନ କରାଯାଉଛି।

Share