ଜଣେ ଅଭିନେତାଙ୍କୁ ଶେଷ ଫୋନ୍‌ କଲ୍‌ କରିଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ପ୍ରଶଂସକଙ୍କ ସମେତ ସେଲିବ୍ରେଟିମାନେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବର୍ତ୍ତମାନ ସୁଶାନ୍ତଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ନିଆଯାଇଛି। ତାଙ୍କ ଆତ୍ମହତ୍ୟା ସହ ଜଡିତ ପ୍ରାରମ୍ଭିକ ତଥ୍ୟ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ସୁଶାନ୍ତ ସବୁଜ ବସ୍ତ୍ର ଟାଙ୍ଗି ଆତ୍ମହତ୍ୟା କରିଥିଲେ। ପୋଲିସ ସୁଶାନ୍ତଙ୍କ ଘରୁ କୌଣସି ଆତ୍ମହତ୍ୟା ନୋଟ ପାଇନାହିଁ। ସେ ଶନିବାର ମଧ୍ୟରାତ୍ରିରେ ଜଣେ ଅଭିନେତାଙ୍କୁ ଶେଷ ଫୋନ କଲ କରିଥିଲେ। କିନ୍ତୁ ସେ ଫୋନ ଉଠାଇ ନ ଥିଲେ। ରବିବାର ସକାଳ ୧୦ଟାରେ ଜୁସ୍‌ ପିଇ ନିଜ ରୁମ୍‌କୁ ଯାଇଥିଲେ। ଏହା ପରେ ସୁଶାନ୍ତ ନିଜରୁ ଆଉ ନ ବାହାରିବାରୁ ତାଙ୍କ ବନ୍ଧୁମାନେ ପୋଲିସକୁ ଜଣାଇଥିଲେ।

Share