Categories: ଫୁରସତ

ଜଣେ ଛାତ୍ରୀଙ୍କ ପାଇଁ ଖୋଲେ ସ୍କୁଲ

ପାଟନା,୨୩।୧: ଜଣେ ଛାତ୍ରୀଙ୍କ ପାଇଁ ଖୋଲୁଛି ସ୍କୁଲ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବିହାରର ଗୟାଠାରୁ ୨୦କିମି ଦୂର ମନସା ବିଗଡାରେ ଏହି ସରକାରୀ ସ୍କୁଲଟି ରହିଛି। ଏହି ସ୍କୁଲରେ ଜାହ୍ନବୀ କୁମାରୀ ନାମରେ ଜଣେ ଛାତ୍ରୀ ପଢୁଛନ୍ତି। ତାଙ୍କୁ ପଢାଇବା ପାଇଁ ପ୍ରତିଦିନ ୨ଜଣ ଶିକ୍ଷକ ଆସୁଛନ୍ତି। ମନସା ବିଗଡା ଗାଁରେ ୩୫ଟି ପରିବାର ବାସ କରନ୍ତି। ଗାଁର ପିଲାମାନେ ପ୍ରାଇଭେଟ୍‌ ସ୍କୁଲ ସିଜରସରାୟକୁ ପଢିବାକୁ ଯାନ୍ତି। କିନ୍ତୁ ଜାହ୍ନବୀ ସରକାରୀ ସ୍କୁଲରେ ପାଠ ପଢନ୍ତି। ତାଙ୍କ ପାଇଁ ମଧ୍ୟାହ୍ନଭୋଜନ ମଧ୍ୟ ପ୍ରସ୍ତୁତ କରାଯାଏ। ସ୍କୁଲର ପ୍ରଧାନଶିକ୍ଷକ ସତ୍ୟେନ୍ଦ୍ର ପ୍ରସାଦଙ୍କ କହିବା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ବୁଲବୁଲି ସେମାନଙ୍କ ପିଲାଙ୍କୁ ସ୍କୁଲରେ ନାମ ଲେଖାପାଇଁ ଅନୁରୋଧ କରିଥିଲି। କିନ୍ତୁ ସେମାନେ ରାଜି ହୋଇ ନ ଥିଲେ। ମାତ୍ର ୯ ଜଣ ପିଲା ସ୍କୁଲରେ ନାମ ଲେଖାଇଥିଲେ ମଧ୍ୟ କେବଳ ଜାହ୍ନବୀ ହିଁ ସ୍କୁଲକୁ ଆସିଥାନ୍ତି ବୋଲି ସେ କହିଛନ୍ତି।

Share