Advertisement

ଜଣେ ନିଆରା ପ୍ରଶଂସକଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ, ୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାଜପାର ଜଣେ ନିଆରା ପ୍ରଶଂସକଙ୍କୁ ଭେଟିଛନ୍ତି। ସେ ହେଉଛନ୍ତି ଗୁଜରାଟର ଭୀଭୂଭାଇ। ଗତ ଲୋକ ସଭା ନିର୍ବାଚନରେ ଭାଜପା ୩୦୦ରୁ ଅଧିକ ସିଟ୍‌ ଯଦି ଜିତିବ ତେବେ ସେ ଅମରେଲିରୁ ଦିଲ୍ଲୀ ସାଇକେଲରେ ଯାତ୍ରା କରିବେ ବୋଲି ଘୋଷଣା କରିଥିଲେ। ତେବେ ନିର୍ବାଚନରେ ଭାଜପା ୩୦୦ରୁ ଅଧିକ ଆସନ ଜିତିବା ପରେ ଭୀଭୂଭାଇ ତାଙ୍କ ପ୍ରତିଶୃତି ପାଳନ କରି ଅମରେଲିରୁ ଦିଲ୍ଲୀ ପାଖପାଖି ୧୨ ଶହ କିମି ସାଇକେଲରେ ଆସି ପହଞ୍ଚିଥିଲେ। ଭୀରୁଭାଇ ସାଇକେଲ ହ୍ୟାଣ୍ଡେଲରେ ମୋଦି ଏବଂ ଅମିତ ଶାହଙ୍କ ଫଟୋ ଲଗାଇ ଯାତ୍ରା କରିଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ସେ ମୋଦିଙ୍କୁ ଭେଟିଛନ୍ତି। ଭୀରୁଭାଇଙ୍କ ସହ ଏକ ଫଟୋ ପ୍ରଧାନମନ୍ତ୍ରୀ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରି ତାଙ୍କ ନିଷ୍ଠାକୁ ପ୍ରଶଂସା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share