Categories: ଜାତୀୟ

ଜଣେ ବଳାତ୍କାରୀଙ୍କ ସମେତ ୩ କଏଦୀ ଜେଲ୍‌ରୁ ଫେରାର

ଅମୃତସର,୨।୨: ଜଣେ ବଳାତ୍କାରୀଙ୍କ ସମେତ ୩ ଜଣ କଏଦୀ ଜେଲ୍‌ରୁ ଫେରାର ହୋଇଯାଇଛନ୍ତି। ଅମୃତସର ଜେଲ୍‌ରେ ଏଭଳି ଘଟଣା ଘଟିଛି। ଫେରାର ହୋଇଥିବା କଏଦୀଙ୍କ ମଧ୍ୟରେ ୨ ଜଣଙ୍କ ନାମରେ ଚୋରି ଅଭିଯୋଗ ରହିଛି। ରବିବାର କଏଦୀଙ୍କ ଗଣତି କରାଯିବା ସମୟରେ ୩ ଜଣ ନ ଥିବା ଜଣାପଡ଼ିଥିଲା। ରାତିରେ ଗୁରପ୍ରୀତ୍‌ ସିଂ,ଜରନେଲ୍‌ ସିଂ ଏବଂ ବିଶାଳ ଜେଲ୍‌ରେ ଥିବାବେଳେ ସକାଳେ ଗଣତି ସମୟରେ ସେମାନେ ଉପସ୍ଥିତ ନ ଥିଲେ। ଏହାକୁ ନେଇ ତଦନ୍ତ ଜାରି ରହିଛି।

Share